fbpx

ପୁଅ ଆର୍ୟନଙ୍କୁ ମୁକୁଳାଇବା ପାଇଁ ଓକିଲଙ୍କ ଫୌଜକୁ ମଇଦାନକୁ ଓହ୍ଲାଇଲେ ଶାହରୁଖ ଖାନ, ଜାଣନ୍ତୁ କେଉଁ କେଉଁ ଓକିଲ ଲଢିବେ କେସ୍

ମୁମ୍ବାଇ : ଫିଲ୍ମ ଅଭିନେତା ଶାହାରୁଖ ଖାନ ଡ୍ରଗ୍ସ କେସରେ ଫସିଥିବା ନିଜ ପୁଅ ଆର୍ୟନ ଖାନଙ୍କୁ ଜାମିନରେ ମୁକୁଳାଇବା ପାଇଁ ଓକିଲଙ୍କ ପୂରା ଦଳକୁ ମଇଦାନକୁ ଛାଡିଛନ୍ତି । ଏହି କେସରେ ତାଙ୍କ ପକ୍ଷରୁ ପ୍ରଥମେ ଲଢିଥିଲେ ବରିଷ୍ଠ ଓକିଲ ସତୀଶ ମାନସିନ୍ଦେ । ମାନସିନ୍ଦେ ରିୟା ଚକ୍ରବର୍ତ୍ତୀଙ୍କ କେସ୍ ମଧ୍ୟ ଲଢିଥିଲେ । ଏହା ପରେ ହିଟ୍ ଆଣ୍ଡ ରନ ମାମଲାରେ ସଲମାନ ଖାନଙ୍କୁ ଖଲାସ କରିଥିବା ଅମିତ୍ ଦେଶାଇ ମଧ୍ୟ ଆର୍ୟନଙ୍କ ପକ୍ଷରୁ ଲଢିଥିଲେ । ଏବେ ଭାରତ ସରକାରଙ୍କ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରହତୋଗି ଆର୍ୟନ ଖାନଙ୍କ ଜାମିନ ଉପରେ ବମ୍ବେ ହାଇକୋର୍ଟର ଶୁଣାଣିରେ ଖାନଙ୍କ ପକ୍ଷ ରଖିବେ । ମୁକୁଲ ରହତୋଗି ୨୦୦୨ ଗୁଜରାଟ ଦଙ୍ଗା ସଂପର୍କିତ ମାମଲାରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ କେସ୍ ଲଢିଥିଲେ । ନିକଟରେ ସେ କହିଥିଲେ ଯେ, ଶାହରୁଖ ଖାନଙ୍କ ପୁଅଙ୍କୁ ଜାମିନ ମିଳିବା ଉଚିତ୍ ।

କେବଳ ଏତିକି ନୁହେଁ ଶାହରୁଖ ଖାନ ନିଜ ପୁଅକୁ ମୁକୁଳାଇବା ପାଇଁ ଲ ଫର୍ମ, କରଞ୍ଜାୱାଲା ଆଣ୍ଡ କମ୍ପାନୀଙ୍କୁ ମଧ୍ୟ ମଇଦାନକୁ ଓହ୍ଲାଇଛି । ଏହା ବ୍ୟତୀତ ରୁବି ସିଂହ ଆହୁଜା ଓ ସନ୍ଦୀପ କପୁରଙ୍କ ଦଳ ମଧ୍ୟ ବମ୍ବେ ହାଇକୋର୍ଟରେ ନିଜ ମହକିଲ ଆର୍ୟନ ଖାନଙ୍କୁ ଜାମିନ ଦେବାରେ ଓକିଲାତି କରିବେ । ଓକିଲଙ୍କ ଏହି ଦଳରେ ଆନନ୍ଦିନି ଫର୍ଣ୍ଣାଡିଜ ଓ ରୁସ୍ତମ ମୁଲ୍ଲାଙ୍କ ପରି ବଡ ନାମ ମଧ୍ୟ ସାମିଲ୍ ।

ଏହା ପୂର୍ବରୁ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦଲାତ ଆର୍ୟନ ଖାନଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଜାମିନରେ ମୁକୁଳିବା ପରେ ଆର୍ୟନ ଖାନ ସାକ୍ଷୀ ଏବଂ ପ୍ରମାଣକୁ ପ୍ରଭାବିତ କରିବାର ସମ୍ଭାବନା ଥିବା ଏନସିବି ଯୁକ୍ତି ବାଢି ଆସିଛି । ଏପରିକି ଆର୍ୟନ ଖାନ ଡ୍ରଗ୍ସ ବିଷୟରେ ହ୍ୱାଟ୍ସଆପର ଚାଟିଂରୁ ବଳିଷ୍ଠ ପ୍ରମାଣ ପାଇଥିବା କହିଛି ଏନସିବି । ଏହା ସଂପର୍କିତ ତଥ୍ୟ ପ୍ରମାଣ କୋର୍ଟରେ ଉପସ୍ଥାପନ କରି ସାରିଛି ଏନସିବି । ଅନ୍ୟପଟେ ଏହି କେସ୍ ମଧ୍ୟ ରାଜନୀତିର ରଙ୍ଗ ନେଇ ସାରିଛି । ଏନସିବିର ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେଙ୍କୁ ବିରୋଧରେ ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି । ସେ ଡ୍ରଗ୍ସ ମାମଲାରେ ମିଥ୍ୟା କେସ୍ ଲଗାଇ ବଟି ଆଦାୟ କରୁଥିବାର ସାଙ୍ଘାତିକ ଅଭିଯୋଗ ଆଣିଛି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନୱାବ ମଲିିକ । ୱାଙ୍ଖଡେଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ମଧ୍ୟ ଆରମ୍ଭ ହୋଇ ଯାଇଛି ।

 

 

Get real time updates directly on you device, subscribe now.