fbpx

ହିନ୍ଦୁ ଧର୍ମ ଗ୍ରହଣ କରିବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ପୂର୍ବ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକମାବତୀ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ ସେ ମଙ୍ଗଳବାର ଇସଲାମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିବେ । ଏଥିପାଇଁ ବାଲୀର ସୁକର୍ଣ୍ଣୋ ସେଣ୍ଟର ହେରିଟେଜରେ ପାରମ୍ପରିକ କାର୍ଯ୍ୟକ୍ରମ କରାଯାଇଛି । ଯାହାର ନାମ ସୁଧୀ ବଦାନୀ ରହିଛି । ତେବେ ତାଙ୍କର ହିନ୍ଦୁ ଧର୍ମ ଗ୍ରହଣ କରିବା ପଛରେ ତାଙ୍କ ଦିବଙ୍ଗତ ଜେଜେମା ଇଦା ଆୟୁ ନ୍ୟୋମନ ରାୟ ଶ୍ରୀମ୍ବେନଙ୍କ ବଡ଼ ଯୋଗଦାନ ରହିଥିବା ନେଇ କୁହାଯାଉଛି ।

ଉଲ୍ଲେଖଯୋଗ୍ୟ, ସୁକମାବତୀ ଇଣ୍ଡୋନେସିଆ ନ୍ୟାସନାଲ ପାର୍ଟୀର ସଂସ୍ଥାପକ । ୬୯ ବର୍ଷୀୟ ସୁକମାବତୀ, ସୁକର୍ଣ୍ଣୋଙ୍କ ତୃତୀୟ କନ୍ୟା ସନ୍ତାନ । ଏନେଇ ତାଙ୍କୁ ଓକିଲ କହିଛନ୍ତି ସୁକମାବତୀ ହିନ୍ଦୁ ଧର୍ମ ବିଷୟରେ ବ୍ୟାପକ ଜ୍ଞାନ ରଖିଛନ୍ତି । ସେ ହିନ୍ଦୁ ଧର୍ମଶାସ୍ତ୍ର ଏବଂ ସିଦ୍ଧାନ୍ତ ବିଷୟରେ ଜାଣିଛନ୍ତି ।

ସୂଚନାଯୋଗ୍ୟ, ଇଣ୍ଡୋନେସିଆରେ ଇସଲାମ ସବୁଠାରୁ ବଡ଼ ଧର୍ମ ଅଟେ । ସେହିଭଳି ହିନ୍ଦୁ ଧର୍ମ ଇଣ୍ଡୋନେସିଆର ଛଅ ଅଧିକାରିକ ଧର୍ମରୁ ଗୋଟିଏ  । ଭାରତ, ନେପାଳ ଏବଂ ବାଙ୍ଗଲାଦେଶ ପରେ ଦୁନିଆର ଚତୁର୍ଥ ସବୁଠୁ ଅଧିକ ହିନ୍ଦୁ ଏଠାରେ ରହିଛନ୍ତି । ଇଣ୍ଡୋନେସିଆର ବାଲୀ ଦ୍ୱୀପରେ ଅନେକ ମନ୍ଦିର ରହିଛି ।

Get real time updates directly on you device, subscribe now.