fbpx

ଆର୍ଯ୍ୟନ ଖାନଙ୍କୁ ମିଳିଲା ଜାମିନ; ୨୬ ଦିନ ପରେ ଶୁକ୍ରବାର ମୁକୁଳିବେ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କୁ ମିଳିଲା ଆଶ୍ୱସ୍ତି । ୨୬ ଦିନ ଜେଲରେ ରହିବା ପରେ ଗୁରୁବାର ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରିଛନ୍ତି ମୁମ୍ବାଇ ହାଇକୋର୍ଟ । ଅକ୍ଟୋବର ୨ ତାରିଖରେ ଆର୍ଯ୍ୟନଙ୍କୁ ଅଟକ ରଖାଯାଇଥିବା ବେଳେ ଅକ୍ଟୋବର ୩ ତାରିଖରେ ଏନସିବି ଆର୍ଯ୍ୟନଙ୍କୁ ରିମାଣ୍ଡରେ ନେଇଥିଲା । ଆର୍ଯ୍ୟନଙ୍କ ସମେତ ମୁନମୁନ ଧମେଚା ଏବଂ ଅର୍ବାଜ ମର୍ଚ୍ଚାଣ୍ଟଙ୍କୁ ମଧ୍ୟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ଆର୍ଯ୍ୟନଙ୍କ ପକ୍ଷରୁ ଓକିଲ ମୁକୁଲ ରୋହତାଗୀ ଏହି ମାମଲା ପରିଚାଳନା କରିଥିଲେ । ତେବେ ଜାମିନ ମିଳିଥିଲେ ହେଁ ଆଜି ସେମାନେ ଜେଲରୁ ମୁକୁଳି ପାରିବେ ନାହିଁ । ପେପର ୱାର୍କ କାମ ବାକି ରହିଥିବା କାରଣରୁ ଆସନ୍ତା କାଲି ସୁଦ୍ଧା ଏହି ୩ ଜଣ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି । ୩ ଦିନର ମାରାଥନ ଶୁଣାଣି ପରେ କୋର୍ଟ ଏହି ୩ ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆର୍ଯ୍ୟନ ଓ ଅର୍ବାଜ ଆର୍ଥର ରୋଡ ଜେଲରେ ରହୁଥିବା ବେଳେ ମୁନମୁନ ବର୍ତ୍ତମାନ ବାଇକୁଲା ମହିଳା ଜେଲରେ ରହିଛନ୍ତି ।

Get real time updates directly on you device, subscribe now.