fbpx

ଆଜି ପୁଣି ବଢ଼ିଲା ତୈଳ ଦର, ମୁମ୍ବାଇରେ ପେଟ୍ରୋଲ ଦର ୧୧୪ ପାର୍; ଜାଣନ୍ତୁ ଆପଣଙ୍କ ସହରର ଦର

ନୂଆଦିଲ୍ଲୀ: ଦେଶରେ ତୈଳଦରରେ ଲଗାମ ଲାଗିବାର ନାଁ ଧରୁନି । ସରକାରୀ ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ଥରେ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ପାଇଛି । ଆଜି ଡିଜେଲ୍ ଦର ୩୭ ପଇସା ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ୍ ଦର ୪୪ ପଇସା ବୃଦ୍ଧି ପାଇଛି । ଦେଶରେ ଅନେକ ରାଜ୍ୟରେ ପେଟ୍ରୋଲ୍ ଦର ୧୦୦ ପାର୍ କରିଛି । ସେହିପରି ଡିଜେଲ୍ ଦର ମଧ୍ୟ ପେଟ୍ରୋଲ ସହିତ ୧୦୦ ପାର୍ କରିଛି । ତେବେ ଦିଲ୍ଲୀରେ ପେଟ୍ରୋଲ୍ ଦର ୧୦୮.୯୯ ଟଙ୍କା ଓ ଡିଜେଲ୍ ଦର ଲିଟର ପିଛା ୯୭.୭୨ ଟଙ୍କା ରହିଛି ।

ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ରହିଛି । ସେଠାରେ ପେଟ୍ରୋଲ୍ ଦର ୧୧୪.୮୧ ଟଙ୍କା ରହିଥିବା ବେଳେ ଡିଜେଲ୍ ଦର ୧୦୫.୮୬ ଟଙ୍କା ପ୍ରତି ଲିଟର୍ ରହିଛି । କୋଲକାତାରେ ପେଟ୍ରୋଲ ଓ ଡିଜେଲ୍ ଦର ଯଥାକ୍ରମେ ୧୦୯.୪୬ ଟଙ୍କା ଓ ୧୦୦.୮୪ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ୍ ଦର ଯଥାକ୍ରମେ ୧୦୫.୭୪ ଟଙ୍କା ଓ ୧୦୧.୯୨ ଟଙ୍କା ରହିଛି ।

ପ୍ରାୟତଃ ଦେଶର ପ୍ରମୁଖ ସହର ମାନଙ୍କରେ ତୈଳ ଦର ଏପରି ବଢ଼ିଚାଲିଛି । ଯେଉଁଥିରେ ରୋକ୍ ଲାଗିବାର ନାଁ ଧରୁନାହିଁ । ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ପେଟ୍ରୋଲ୍ ଦର ୧୦୦ ଟଙ୍କା ପାର୍ କରିଛି । ମୁମ୍ବାଇରେ ପେଟ୍ରୋଲ୍ ଦର ସର୍ବାଧିକ ରହିଛି । ଆପଣ ପେଟ୍ରୋଲ ଏବଂ ଡିଜେଲର ଦର ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ ଆରଏସପି ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ରହିଛି । ଯାହା ଆପଣ ଆଇଓସିଏଲ୍ ୱେବସାଇଟ୍ ରୁ ପାଇଯିବେ ।

Get real time updates directly on you device, subscribe now.