fbpx

ନଭେମ୍ବର ୧ ତାରିଖରୁ ହେବ ଏହି ୫ଟି ବଡ଼ ପରିବର୍ତ୍ତନ, ଆପଣଙ୍କ ଜୀବନଶୈଳୀ ଉପରେ ପଡ଼ିପାରେ ପ୍ରଭାବ

ନୂଆଦିଲ୍ଲୀ: ଅକ୍ଟେବାର ମାସ ଆସନ୍ତା କାଲି ସରିବାକୁ ଯାଉଛି । ସୋମବାର ଠାରୁ ନଭେମ୍ବର ମାସ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଚି । ତେରୁ ଏହାର ପ୍ରଭାବ ସିଧାସଳଖ ଲୋକମାନଙ୍କ ଜୀବନଶୈଳୀ ଉପରେ ପ୍ରଭାବ ପଡ଼ିବ । ବିଭିନ୍ନ ନିୟମରେ ପରିବର୍ତ୍ତନ ଆସିବାକୁ ଯାଉଛି । ନଭେମ୍ବର ୧ ତାରିଖରୁ ବ୍ୟାଙ୍କରେ ଟଙ୍କା ଜମା କରିବା ଠାରୁ ଆରମ୍ଭ କରି ବାହାର କରିବା ପର୍ଯ୍ୟନ୍ତ ଆପଣଙ୍କୁ ଚାର୍ଜ ଲାଗିବ । ଏହା ବ୍ୟତୀତ ଗ୍ୟାସ୍ ବୁକିଂ ରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି ।

୧. ନଭେମ୍ବର ୧ ତାରିଖରୁ ଗ୍ୟାସ ସିଲିଣ୍ଡରର ଦାମ୍ ରେ ପରିବର୍ତ୍ତନ ହେବାକୁ ଯାଉଛି । ଏଲପିଜି ସିଲିଣ୍ଡର ଦାମ୍ ରେ ପରିବର୍ତ୍ତନ ହେବାକୁ ଯାଉଛି । ମିଡିଆ ରିପୋର୍ଟ ମୁତାବକ, ଏଲପିଜି ବିକ୍ରି ରେ ହେଉଥିବା କ୍ଷତି ଯୋଗୁଁ ଏହାର ଦାମ୍ ବୃଦ୍ଧି ହେବାର ଆଶଙ୍କା ରହିଛି ।

୨. ବ୍ୟାଙ୍କରେ ଟଙ୍କା ଜମା କରିବା ଠାରୁ ଆରମ୍ଭ କରି ଟଙ୍କା ଉଠାଇବା ପର୍ଯ୍ୟନ୍ତ ଉଭୟରେ ଚାର୍ଜ ଲାଗିପାରେ । ବ୍ୟାଙ୍କ ଅଫ୍ ବରୋଦା ଏହା ଆରମ୍ଭ କରିପାରେ । ଆସନ୍ତା ମାସଠାରୁ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଟ୍ରାନଜାକ୍ସନ୍ କରିବା ଦ୍ୱାରା ଆପଣଙ୍କୁ ଚାର୍ଜ ଲାଗିପାରେ । ୧ ତାରିଖରୁ ଲୋନ୍ ଖାତା ପାଇଁ ୧୫୦ ଟଙ୍କା ଦେବାକୁ ହେବ । ତିନିଥର ପର୍ୟ୍ୟନ୍ତ ଜମା ଖାତାଧାରୀଙ୍କ ପାଇଁ ମାଗଣା ହେବ, କିନ୍ତୁ ଯଦି ଗ୍ରାହକ ଚତୁର୍ଥ ଥର ପାଇଁ ଟଙ୍କା ଜମା କରନ୍ତି, ତେବେ ସେମାନଙ୍କୁ ଚାର୍ଜ ଆକାରରେ ୪୦ ଟଙ୍କା ଦେବାକୁ ପଡିବ । ଅନ୍ୟପକ୍ଷରେ, ଜନ ଧନ ଆକାଉଣ୍ଟଧାରୀମାନେ ଏଥିରେ କିଛି ମାତ୍ରାରେ ଆରାମ ପାଇଛନ୍ତି, ସେମାନଙ୍କୁ ଜମା ଉପରେ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ, କିନ୍ତୁ ଉଠାଇବା ବେଳେ ୧୦୦ ଟଙ୍କା ଦେବାକୁ ପଡିବ ।

୩. ଭାରତୀୟ ରେଳବାଇ ପକ୍ଷରୁ ଦେଶବ୍ୟାପୀ ଟ୍ରେନ୍ ଟାଇମ୍ ଟେବଲ୍ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପୂର୍ବରୁ ଅକ୍ଟୋବର ୧ ତାରିଖରୁ ଟ୍ରେନ୍ ଟାଇମ୍ ରେ ପରିବର୍ତ୍ତନ ହୋଇଥାନ୍ତା । କିନ୍ତୁ ଏହା ନଭେମ୍ବର ୧ ତାରିଖରୁ ଏହା ପରିବର୍ତ୍ତନ ହେବ । ନଭେମ୍ବର ୧ ତାରିଖରୁ ସମୟ ସାରଣୀ ଲାଗୁ କରାଯିବ । ଏହାପରେ ୧୩ ହଜାର ଯାତ୍ରୀ ଟ୍ରେନ୍ ସମୟ ଏବଂ ୭ ହଜାର ମାଲବାହୀ ଗାଡ଼ିର ସମୟ ପରିବର୍ତ୍ତନ ହେବ । ଦେଶରେ ଗଡ଼ୁଥିବା ପ୍ରାୟ ୩୦ଟି ରାଜଧାନୀ ଟ୍ରେନ୍ ର ସମୟ ମଧ୍ୟ ନଭେମ୍ବର ୧ ତାରିଖରୁ ବଦଳିବାକୁ ଯାଉଛି ।

୪. ନଭେମ୍ବର ୧ ତାରିଖରୁ ରୋଷେଇ ଗ୍ୟାସ୍ ସିଲିଣ୍ଡର୍ ଡେଲିଭେରୀ ପ୍ରକ୍ରିୟାରେ ବଦଳିବାକୁ ଯାଉଛି । ଗ୍ୟାସ୍ ବୁକିଂ ସମୟରେ ଗ୍ରାହକଙ୍କ ମୋବାଇଲ୍ ନମ୍ବରକୁ ଏକ ଓଟିପି ପଠାଯିବ । ଯେତେବେଳେ ଗ୍ୟାସ୍ ସିଲିଣ୍ଡର୍ ଆପଣଙ୍କ ଘରେ ପହଞ୍ଚିବ ସେତେବେଳେ ଆପଣଙ୍କୁ ଡେଲିଭେରି ବୟ ସହିତ ଉକ୍ତ ଓଟିପିକୁ ସେୟାର୍ କରିବାକୁ ହେବ ।

୫. ଅନ୍ୟପଟେ ନଭେମ୍ବର ୧ ତାରିଖରୁ କିଛି ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ଫୋନ୍ ରେ ହ୍ୱାଟସଆପ୍ କାମ କରିବା ନାହିଁ । ହ୍ୱାଟସଆପ୍ ରେ ଦିଆଯାଇଥିବା ସୂଚନା ମୁତାବକ, ନଭେମ୍ବରରୁ ଫେସବୁକ୍ ମାଲିକାନାରେ ଥିବା ପ୍ଲାଟଫର୍ମ ଆଣ୍ଡ୍ରଏଡ୍ 4.0.3 Ice Cream Sandwich, iOS 9 ଏବଂ KaiOS 2.5.0 ରେ ହ୍ୱାଟସଆପ୍ କାମ କରିବା ବନ୍ଦ ହୋଇଯିବ ।

Get real time updates directly on you device, subscribe now.