fbpx

ରାସ୍ତାରେ ଯାଉଥିବା ବେଳେ ୨ ଛାତ୍ରଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର, ଘଟଣାସ୍ଥଳରେ ମୃତ୍ୟୁ

ସୋନୀପତ: ହାଇ ସ୍ପିଡ଼୍ ଯୋଗୁଁ ହରିୟାଣାର ସୋନୀପତ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ରାସ୍ତାରେ ଯାଉଥିବା ୨ ଛାତ୍ରଙ୍କୁ ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଛି । ମୃତକ ୨ ଜଣ ହେଉଛନ୍ତି ୧୭ ବର୍ଷୀୟ ଇରଶାଦ ଓ ୧୮ ବର୍ଷୀୟ ଖୁରସାଦ । ସୋନିପତ ବାଗପତ ରୋଡର ପଲଡ଼ା ଗାଁ ନିକଟରେ ଏଭଳି ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଯାଇଛି ।

ଦୁର୍ଘଟଣାର ସୂଚନା ମିଳିବା ପରେ ପୋଲିସ ୨ଛାତ୍ରଙ୍କ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ଛାତ୍ରଙ୍କୁ ମେଡିକାଲ ନିଆଯାଇଥିଲା । କିନ୍ତୁ ମେଡିକାଲରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଛି । ପୋଲିସ ଟ୍ରାକ୍ଟରକୁ ଜବତ କରି ଡ୍ରାଇଭରକୁ ଖୋଜୁଛି । ଟ୍ରାକ୍ଟର ନମ୍ବର ଆଧାରରେ ତାର ମାଲିକର ଠିକଣା ଖୋଜୁଛି ପୋଲିସ । ଖୁବଶୀଘ୍ର ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯିବ ବୋଲି ପୋଲିସ ବୟାନ ଦେଇଛି ।

Get real time updates directly on you device, subscribe now.