fbpx

ସାଲୁଜାଙ୍କ ଗାଁରେ ଥିଲି, ମମିତାଙ୍କୁ ଭେଟି ନାହିଁ: ଜବାବ ଦେଲେ ଦିବ୍ୟଶଙ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଖୁଲାସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସାଲୁଜାଙ୍କ ଦ୍ୱାରା କରାଯାଇଥିବା ଦାବି ସମ୍ପୂର୍ଣ୍ଣ ଭ୍ରମାତ୍ମକ । ଘଟଣା ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ ପାଇଁ ମୁଁ ସାଲୁଜାଙ୍କ ଗାଁ କଣ୍ଟାବାଞ୍ଜିରେ ଥିଲି । ସାଲୁଜାଙ୍କ ଦ୍ୱାରା ଅଣା ଯାଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ପ୍ରତିକ୍ରିୟା ଦେଇଛନ୍ତି କ୍ୟାପଟେନ ।

ମମିତାଙ୍କ ହତ୍ୟାକୁ ନେଇ ମୁଁ ଅତ୍ୟନ୍ତ ମର୍ମାହତ । କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସୁଚିନ୍ତିତ ଉପାୟରେ ତାଙ୍କ ଛବି ମଳିନ କରିବାକୁ ପ୍ରୟାସ କରୁଥିବା କହିଥିଲେ ଦିବ୍ୟଶଙ୍କର । ଏହା ସହିତ ସନସାଇନ୍ ପବ୍ଲିକ୍ ସ୍କୁଲ ଏବଂ ମହାଲିଙ୍ଗ କଲେଜକୁ ନେଇ ମଧ୍ୟ ଦିବ୍ୟଶଙ୍କର ସ୍ପଷ୍ଟୋକ୍ତି ପ୍ରଦାନ କରିଥିଲେ । ସନସାଇନ୍ ପବ୍ଲିକ୍ ସ୍କୁଲ ଏବଂ ମହାଲିଙ୍ଗ କଲେଜ ଦୁଇଟି ଭିନ୍ନ ପ୍ରତିଷ୍ଠାନ । ଗୋବିନ୍ଦ ସାହୁ ସନସାଇନ୍ ପବ୍ଲିକ୍ ସ୍କୁଲର ମାଲିକ ରହିଥିବା ବେଳେ ମହାଲିଙ୍ଗ କଲେଜ ବୋର୍ଡ ସଦସ୍ୟ ରହିଥିଲେ । ଏପରି ସ୍ଥଳେ ମହାଲିଙ୍ଗ କଲେଜକୁ ଅନୁଦାନ ପ୍ରଦାନକୁ ନେଇ ଚରିତ୍ର ସଂହାର କରିବାର ପ୍ରୟାସ ମଧ୍ୟ କରାଯାଇଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ପୂର୍ବରୁ ଏକାଧିକ ପୂର୍ବତନ ସାଂସଦ ମଧ୍ୟ ଏହି ସରକାରୀ କଲେଜକୁ ଅନୁଦାନ ପ୍ରଦାନ କରିଥିବା ସେ କହିଛନ୍ତି । ଏହା ସହିତ ରାୟପୁରରେ ମମିତାଙ୍କୁ ଭେଟିଥିବା ନେଇ ଅଣାଯାଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବରେ କପୋଳକଳ୍ପିତ ବୋଲି ଦିବ୍ୟଶଙ୍କର କହିଛନ୍ତି । ମୁଁ କେଉଁ ସ୍ଥାନକୁ ଯାତ୍ରା କରିଛି ତାହା ସମସ୍ତେ ଜାଣନ୍ତି ଏବଂ ଅଭିଯୋଗ ତାରିଖରେ ମୁଁ ବିଧାୟକଙ୍କ ଗ୍ରାମରେ ହିଁ ରହିଥିଲି ।

Get real time updates directly on you device, subscribe now.