fbpx

୨୧ ବର୍ଷରେ ଛାଡିଲେ ରେଷ୍ଟୁରାଣ୍ଟ ଚାକିରି, ଏବେ ମାସକୁ କମାଉଛନ୍ତି ୫୦ ଲକ୍ଷ; ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଇଛାଶକ୍ତି ଥିଲେ ମଣିଷ ସବୁକିଛି କରିପାରିବ, ଯାହାକୁ ପ୍ରମାଣିତ କରିଛନ୍ତି ୨୧ ବର୍ଷୀୟା ଜଣେ ଯୁବତୀ । ମାତ୍ର ୨୧ ବର୍ଷ ବୟସରେ ସେ ରେଷ୍ଟୁରାଣ୍ଟ ଚାକିରି ଛାଡି ବ୍ୟବସାୟ ଆରମ୍ଭ କରିଥିଲେ, ଯେଉଁଥିରୁ ସେ ଆଜିର ସମୟରେ ମାସକୁ ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି । ଯୁବତୀଙ୍କ ନାଁ ଲିଲି ଜାରେମ୍ବା ହୋଇଥିବା ବେଳେ ସେ ଟିକଟକ୍ ଭିଡିଓରେ ନିଜ ସଫଳତାର କାହାଣୀ ବଖାଣିଛନ୍ତି ।

ରିପୋର୍ଟ ମୁତାବକ, ମଧ୍ୟବିତ୍ତ ପରିବାରରୁ ଆସିଥିବା ୨୧ ବର୍ଷୀୟା ଲିଲି ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଛାଡି ଚାକିରି କରିଥିଲେ । ଲିଲି ମାତ୍ର ୧୯ ବର୍ଷ ବୟସରେ ଏକ ରେଷ୍ଟୁରାଣ୍ଟରେ କାମ କରିଥିଲେ । ସେଠାରେ ତାଙ୍କୁ ସଫେଇ କାମ ବି କରିବାକୁ ପଡୁଥିଲା । ଖୁବଶୀଘ୍ର ସେ ଚାକିରିରୁ ବିରକ୍ତ ହୋଇପଡିଥିଲେ ଓ ଚାକିରି ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସମୟରେ ଲିଲି ଫାଇନାନ୍ସିଆଲ ଏଜୁକେସନ କମ୍ପାନୀ ବିଷୟରେ ଜାଣିବାକୁ ପାଇଥିଲେ ।

ଲିଲି ଏହି କମ୍ପାନୀରୁ ନିବେଶ କରିବାର ସ୍ମାର୍ଟ ପ୍ରଣାଳୀ ଶିଖିଥିଲେ । ଯାହା ଫଳରେ ଲିଲିଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ବଦଳିଯାଇଥିଲା । ସେ ଚାକିରି କରିବା ସହିତ ଫାଇନାନ୍ସିଆଲ ଏଜୁକେସନ କମ୍ପାନୀରୁ ନିବେଶ କରିବାର ଟେକନିକ୍ ବିଷୟରେ ଜାଣିବାକୁ ପାଇଲେ ଓ କୋର୍ସ ସରିବା ପରେ ଚାକିରି ଛାଡିଦେଲେ । ଏହାପରେ ଲିଲି ଷ୍ଟକ୍, କ୍ରିପ୍ଟି ମାର୍କେଟ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଆଦିରେ ନିବେଶ କରିବା ଆରମ୍ଭ କରିଦେଲେ । ଏହି ସମୟରେ ନିବେଶ କରିବାର କଳା ଅନ୍ୟ ଲୋକଙ୍କୁ ଶିଖାଇ ସେ ଅନେକ ଟଙ୍କା କମାଇଥିଲେ ।

ଧିରେ ଧିରେ ଲିଲି ନିଜର ବ୍ୟବସାୟ ଆରମ୍ଭ କରିଥିଲେ ଓ ଏବେ କେବଳ କମିଶନ ବଳରେ ହିଁ ସେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି । ଲୋକଙ୍କୁ ନିବେଶର କରିବାର ଟିପ୍ସ ଦେବା ବଦଳରେ ଲିଲି ଟଙ୍କା ଉପାର୍ଜନ କରୁଛନ୍ତି । ଏହା ସହ ସେ ନିଜ ଟଙ୍କାକୁ ବି ନିବେଶ କରୁଛନ୍ତି ଓ ନେଟୱାର୍କ ମାର୍କେଟିଂ କରୁଛନ୍ତି । ଲିଲି ଏବେ ମାସକୁ ୫୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ମାତ୍ର ୨୧ ବର୍ଷ ବୟସରେ ସେ ମିଲିୟନ ଡଲାର ବ୍ୟବସାୟର ମାଲିକାଣୀ ହୋଇଛନ୍ତି । ଟିକଟକରେ ବି ତାଙ୍କର ୨୧୮,୦୦୦ରୁ ଅଧିକ ଫଲୋଅର୍ସ ଓ ୨୦୪ ମିଲିୟନ ଲାଇକ୍ସ ରହିଛି ।

Get real time updates directly on you device, subscribe now.