ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ସମୁଦାୟ ୩୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ବେଳେ ଏହି ତାଲିକାରେ ରହିଛନ୍ତି ଦୁଇ ଓଡିଆ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ । ଉଭୟ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ଭାରତୀୟ ହକି ଦଳର ପ୍ରମୁଖ ସଦସ୍ୟ ରହିଥିବା ବେଳେ ଭାରତ ୪୧ ବର୍ଷ ପରେ ହକିରେ ବ୍ରୋଞ୍ଜ ପଦକ ହାସଲ କରିଥିଲା ।
କ୍ରିକେଟର ଶିଖର ଧୱନ ଏବଂ ଅଲିମ୍ପିଆନ ଭବିନା ପଟେଲଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି ।