fbpx

ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ସୁରକ୍ଷା ସହିତ ଆଜି କେଦାରନାଥ ଗସ୍ତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାବା କେଦାରନାଥଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ପୂଜା କରିବା ପରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ମୋଦୀ କେଦାରନାଥଙ୍କ ପାଖରେ ରୁଦ୍ରାଭିଷେକ ମଧ୍ୟ କରିଛନ୍ତି ।

ମୋଦୀ ଏହି ଅବସରରେ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ଶିଳାନ୍ୟାସ କରିବେ । ୧୩୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ପ୍ରକଳ୍ପର ଶୁଭାରମ୍ଭ କରିବେ । କେଦାରନାଥରେ ଶଙ୍କରାଚାର୍ଯ୍ୟଙ୍କ ୧୨ ଫୁଟ୍ ଲମ୍ବ ବିଶିଷ୍ଟ ଏବଂ ୩୫ ଟନ୍ ଓଜନର ଏକ ପ୍ରତିମା ତିଆରି କରାଯାଇଛି । କେଦାରନାଥ ଦର୍ଶନ କରିବା ପରେ ମୋଦୀ ସେଠାରେ ୪୦୦ କୋଟିରୁ ଅଧିକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର ଯୋଜନା ହୋଇଛି ।

Get real time updates directly on you device, subscribe now.