fbpx

ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ଦିନଠାରୁ ବନ୍ଦ ହୋଇଯିବ ମାଗଣା ରାସନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦେଶର ଆର୍ଥିକ ଅବସ୍ଥାରେ ଉପରେ ପଡୁଥିବା ଚାପକୁ କମ୍ କରିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କରୋନା ମହାମାରୀର ଆରମ୍ଭ ଓ ଲକଡାଉନ ସମୟରେ ଗରୀବଙ୍କୁ ସହାୟତା ଦେବା ପାଇଁ ହୋଇଥିବା ଯୋଜନାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବଙ୍କୁ ଆଉ ମାଗଣା ରାସନ ଦିଆଯିବ ନାହିଁ ।

କେନ୍ଦ୍ର ସରକାରଙ୍କ ଏକ ନିଷ୍ପତ୍ତିରେ କୁହାଯାଇଛି ଯେ, ଅର୍ଥବ୍ୟବସ୍ଥା ଧିରେ ଧିରେ ସୁଧୁରିବାରେ ଲାଗିଛି । ଏଥିପାଇଁ PMGKAY ଅଧିନରେ ଗରିବମାନଙ୍କୁ ଦିଆଯାଉଥିବା ମାଗଣା ରାସନ କେବଳ ୩୦ ନଭେମ୍ବର ପର୍ଯ୍ୟନ୍ତ ଦିଆଯିବ । ଏନେଇ ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଡେ ସୂଚନା ଦେଇଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାର ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କରିଛନ୍ତି ।

ତେବେ ଗତ ବର୍ଷ ଠାରୁ ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଗରିବ ପରିବାରକୁ ମାଗଣା ରାସନ ଯୋଗାଇ ଦେଉଛନ୍ତି । ଚଳିତ ବର୍ଷ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଥିଲେ । କିନ୍ତୁ ଦେଶର ଅର୍ଥବ୍ୟବସ୍ଥା ପୁଣିଥରେ ପୁନରୁଦ୍ଧାର ହେଉଥିବାରୁ ଏହି ଯୋଜନାକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.