fbpx

ଶନିଙ୍କ ସ୍ଥିତି ପରିବର୍ତ୍ତନ ଯୋଗୁଁ ଏହି ଲୋକଙ୍କ ଉପରେ ପଡ଼ିବ ପ୍ରଭାବ, ଜାଣନ୍ତୁ କେଉଁ କେଉଁ ରାଶି

ଶନି ଦେଢ଼ବର୍ଷରେ ରାଶି ପରିବର୍ତ୍ତନ କରିଥାନ୍ତି ଓ ଏହାର ପ୍ରଭାବ ପ୍ରାୟ ୫ ରାଶିର ଜାତକଙ୍କ ଉପରେ ପଡିଥାଏ । ଏହାରି ମଧ୍ୟରେ ପୁଣିଥରେ ଶନି ନିଜର ରାଶି ପରିବର୍ତ୍ତନ କରିବେ ଓ ଏହାର ପ୍ରଭାବ ଏକାସାଙ୍ଗରେ ୮ ରାଶିର ଲୋକଙ୍କ ଉପରେ ପଡିବ । ତେବେ ଆସନ୍ତୁ ଜାଣିବା ଶନି କେବେ ରାଶି ପରିବର୍ତ୍ତନ କରିବେ ଓ କେଉଁ ରାଶି ଉପରେ ଏହାର ପ୍ରଭାବ ପଡ଼ିବ…

ଶନି ଗ୍ରହ ଏବେ ମକର ରାଶିରେ ରହିଥିବା ବେଳେ ୨୯ ଅପ୍ରେଲ ୨୦୨୨ରେ ସେ କୁମ୍ଭ ରାଶିରେ ପ୍ରବେଶ କରିବେ । ଶନିଙ୍କ ରାଶି ପରିବର୍ତ୍ତନ ହେବା ମାତ୍ରେ ମୀନ ରାଶିର ଜାତକଙ୍କ ଉପରେ ଶନିଙ୍କ ସାଢ଼େ ସାତି ଓ କର୍କଟ-ବିଛା ରାଶିର ଜାତକଙ୍କ ଉପରେ ଶନିଙ୍କ ଧାୟା ଆରମ୍ଭ ହେବ । ଏହା ସହିତ ୩ଟି ରାଶିର ଲୋକଙ୍କୁ ଶନିଙ୍କ ମହାଦଶାରୁ ଆଶ୍ୱସ୍ତି ମିଳିବ । ଧନୁ ରାଶି ଉପରେ ଶନିଙ୍କ ସାଢ଼େ ସାତି ଓ ମିଥୁନ-ତୁଳା ରାଶିର ଲୋକଙ୍କ ଉପରୁ ଧାୟା ଶେଷ ହୋଇଯିବ ।

ତେବେ ଏହି ରାଶି ପରିବର୍ତ୍ତନ ବ୍ୟତୀତ ଶନିଙ୍କ ସ୍ଥିତିରେ ଆଉ ଏକ ପରିବର୍ତ୍ତନ ଆସିବ, ଯାହାକି ଧନୁ, ମିଥୁନ ଓ ତୁଳା ରାଶିର ଜାତକଙ୍କ ପାଇଁ ମହାଦଶା ଶେଷ ହେବା ପରେ ବି ଭାରୀ ପ୍ରମାଣିତ ହେବ । ୧୨ ଜୁଲାଇ ୨୦୨୨ ରୁ ୧୭ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଶନି ପ୍ରତ୍ୟାବର୍ତ୍ତନ କରିବେ । ଫଳରେ ଏହି ତିନୋଟି ରାଶିର ଜାତକଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ । ଏହା ବ୍ୟତୀତ ମକର, କୁମ୍ଭ, ତୁଳା, ମିଥୁନ ଏବଂ ଧନୁ ରାଶି ଉପରେ ଶନିଙ୍କ ସାଢ଼େ ସାତି ଓ ଧାୟାର ପ୍ରଭାବ ପଡ଼ିବ । ଅନ୍ୟପଟେ ମେଷ, ବୃଷ, ସିଂହ ଏବଂ କନ୍ୟା ରାଶିର ଜାତକମାନେ ଶନିଙ୍କ ଖରାପ ପ୍ରଭାବରୁ ବଞ୍ଚିଯିବେ ।

Get real time updates directly on you device, subscribe now.