fbpx
BJD SKY
BJD SKY

ସେମିଫାଇନାଲର ସବୁ କଣ୍ଟା ସଫା କଲା ବିରାଟ ବାହିନୀ: ଆଉ ମାତ୍ର ଗୋଟିଏ ଲଢ଼େଇ ହିଁ ସ୍ଥିର କରିବ ଟିମ୍ ଇଣ୍ଡିଆର ଭବିଷ୍ୟତ

BJD

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ଲଗାତର ଦ୍ୱିତୀୟ ବିଜୟ ସହ ସେମିଫାଇନାଲର ସମସ୍ତ କଣ୍ଟାକୁ ସଫା କରିବାରେ ସଫଳ ହୋଇଛି । କେବଳ ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ ହିଁ ନିର୍ଣ୍ଣୟ କରିବ ଭାରତର ଭବିଷ୍ୟତ । ଭାରତ ବର୍ତ୍ତମାନ +୧.୬୧୯ ପଏଣ୍ଟ ସହ ଗ୍ରୁପ-୨ର ପଏଣ୍ଟ ଟେବୁଲରେ ରନରେଟରେ ଶୀର୍ଷରେ ରହିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ +୧.୨୭୭ ପଏଣ୍ଟ ହାସଲ କରି ରନରେଟରେ ଭାରତ ଠାରୁ ପଛରେ ରହିଛି । ପାକିସ୍ତାନ +୧.୦୬୫ ଓ ଆଫଗାନିସ୍ତାନ +୧.୪୮୧ ପଏଣ୍ଟ ପାଇ ମଧ୍ୟ ରନରେଟରେ ଭାରତ ଠାରୁ ପଛରେ ପଡ଼ିଯାଇଛନ୍ତି । ବର୍ତ୍ତମାନ ନ୍ୟୁଜିଲାଣ୍ଡ ଦଳ ମଧ୍ୟ ସାମାନ୍ୟ ବିପଦରେ ପଡ଼ିଯାଇଛି । ଯଦି ଆଫଗାନିସ୍ତାନ ମ୍ୟାଚ ନ୍ୟୁଜିଲାଣ୍ଡ ହାରିଯାଏ, ତେବେ ତା’ ପାଇଁ ମୁସ୍କିଲ ବଢ଼ିଯିବ । କାରଣ ଭାରତ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ମଧ୍ୟରୁ ଭାରତ ରନରେଟରେ ଆଗରେ ଥିବାରୁ ସେ ସେମିର ଦାବିଦାର ହୋଇଯିବ ।

ଆସନ୍ତାକାଲି ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମଧ୍ୟରେ ଉଭୟଙ୍କର ଅନ୍ତିମ ମ୍ୟାଚ ଅନୁଷ୍ଠିତ ହେବ । ସେହିପରି ଭାରତ ଆସନ୍ତା ୮ ତାରିଖରେ ନିଜର ସୁପର-୧୨ର ଅନ୍ତିମ ମ୍ୟାଚରେ ନାମିବିଆକୁ ଭେଟିବ । ଟିମ୍ ଇଣ୍ଡିଆ ନାମିବିଆ ବିପକ୍ଷରେ ସହଜରେ ଜିତି ପାରିବ । ଯଦି ନ୍ୟୁଜିଲାଣ୍ଡ ଆଫଗାନିସ୍ତାନକୁ ପରାସ୍ତ କରେ, ତେବେ ଭାରତର ସେମିରୁ ବାଦ୍ ପଡ଼ିବ । ଯଦି ନ୍ୟୁଜିଲାଣ୍ଡ ପରାସ୍ତ ହୁଏ, ତେବେ ସେମିଫାଇନାଲ ପାଇଁ ଗଣିତ ହିସାବ କରିବାକୁ ପଡ଼ିବ । ଏପରି ସ୍ଥଳେ ତିନି ଦଳ ୩ଟି ଲେଖାଏଁ ମ୍ୟାଚରେ ଜିତିବା ପରେ ୬ ପଏଣ୍ଟ ଲେଖାଏଁ ପାଇବେ । ତେବେ ପ୍ରଥମେ ନ୍ୟୁଜିଲାଣ୍ଡ ମ୍ୟାଚ ଥିବାରୁ ଭାରତ ପାଇଁ ଏହା ଏକ ଶୁଭ ଖବର । ନ୍ୟୁଜିଲାଣ୍ଡ ଯଦି ପରାସ୍ତ ହୁଏ, ସେ କ୍ଷେତ୍ରରେ ଭାରତକୁ କେତେ ଓଭରରେ କେତ ରନ୍ ଦରକାର ତାହା ସ୍ପଷ୍ଟ ହୋଇଯିବ । ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ପରାସ୍ତ ହେଉ ଏହା ସମସ୍ତ କ୍ରୀଡ଼ାପ୍ରେମୀ ନିଶ୍ଚୟ ପ୍ରାର୍ଥନା କରିବେ ।

Get real time updates directly on you device, subscribe now.