fbpx

ଛୁଟି କାଟିବାକୁ ଆସିଥିଲା… ନାବାଳିକା ଭଉଣୀକୁ ଦୁଷ୍କର୍ମ କରି ଗର୍ଭବତୀ କରିଦେଲା

ନୂଆଦିଲ୍ଲୀ: ଭାଇ ଭଉଣୀ ସମ୍ପତ୍ତିକୁ ପବିତ୍ର ବୋଲି କୁହାଯାଉଥିବା ବେଳେ ଏହାକୁ କଳୁଷିତ କରିଛନ୍ତି ଯୋଧପୁରର ସମ୍ପର୍କୀୟ ଭାଇ ଭଉଣୀ । ଜଣେ ନାବାଳକ ନିଜ ଦାଦା ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛି । ଯୋଧପୁରର ଉମ୍ମେଦ ହସ୍ପିଟାଲରେ ଶୁକ୍ରବାର ନାବାଳିକା ଜଣଙ୍କ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ପୀଡିତା ଜଣଙ୍କ ଦଶମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି ।

ପ୍ରଥମରୁ ପୀଡିତାର ପରିବାର ଏହି ଘଟଣାକୁ ଲୁଚାଉଥିଲେ । ମାତ୍ର ପୋଲିସ ଏବଂ ଶିଶୁ କଲ୍ୟାଣ ବିଭାଗର ନିୟମିତ ପ୍ରୟାସ ପରେ ମୁହଁ ଖୋଲିଥିଲେ ପୀଡିତା ପରିବାର । ଶେଷରେ ଏମିତି କିଛି ଘଟଣା ସମ୍ମୁଖକୁ ଆସିଥିଲା ଯାହା ସମସ୍ତ ସମ୍ପର୍କକୁ ଲଜ୍ଜିତ କରି ଦେଇଥିଲା । ପୁଲିସ ନାବାଳକ ଅପରାଧୀ ନାମରେ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରିବା ସହିତ ବୟସ ସ୍ପଷ୍ଟ କରିବା ପାଇଁ ସ୍କୁଲରେ ଯାଞ୍ଚ ଆରମ୍ଭ କରିଛି । ଉଲ୍ଲେଖଯୋଗ୍ୟ ଯେ, ଖରା ଛୁଟିରେ ନାବାଳକ ଜଣକ ଛୁଟି କଟାଇବା ପାଇଁ ଦାଦାଙ୍କ ଘରକୁ ଯାଇଥିଲା । ଏହି ସମୟରେ ନାବାଳିକା ଭଉଣୀକୁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ ପରିବାର ପକ୍ଷରୁ ମାମଲାରେ କୁହାଯାଇଛି । ନବଜନ୍ମିତ ଶିଶୁକୁ ନେବାକୁ ପରିବାର ଲୋକ ପ୍ରତ୍ୟାଖ୍ୟାନ କରିବାରୁ ଶିଶୁ କନ୍ୟାକୁ ଶିଶୁ ମଙ୍ଗଳକେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି ।

Get real time updates directly on you device, subscribe now.