fbpx

ସବୁ ଦିଗରେ ବିଫଳତା ଯୋଗୁଁ ଭାରତ ହାରିଲା: ଗାଭାସ୍କର

ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ତଥା ଓପନିଂ ବ୍ୟାଟ୍ସମ୍ୟାନ ସୁନିଲ ଗାଭାସ୍କର କହିଛନ୍ତି ଯେ ଭାରତୀୟ ଦଳ ଚଳିତ ଟି-୨୦ କ୍ରିକେଟ ବିଶ୍ୱକପରେ ଭାରତୀୟ ଦଳ ଆବଶ୍ୟକ ରନ ସଂଗ୍ରହ କରି ପାରିଲେ ନାହିଁ । ମୁଖ୍ୟତଃ ପାୱାର ପ୍ଳେ ଓଭରରେ ଭାରତୀୟ ବ୍ୟାଟ୍ସମ୍ୟାନ ପ୍ରତିକ୍ଷ ବୋଲରଙ୍କୁ ଉଚିତ ମୁକାବିଲା କରି ପାରିଲେ ନାହିଁ । ଏହି ପର୍ଯ୍ୟୟରେ ୬ ଓଭର ଖେଳରେ କେବଳ ଦୁଇ ଜଣ ଫିଲ୍ଡର ୩୦ ୟାର୍ଡ ବାହାରେ ରହୁଥିବା ବେଳେ ଭାରତୀୟ ବ୍ୟାଟ୍ସମ୍ୟାନ ଏହାର ମଧ୍ୟ କୌଣସି ଫାଇଦା ଉଠାଇ ପାରିଲେ ନାହିଁ ।

ସେହିପରି କାକର ପଡିବା କାରଣକୁ ନେଇ ଭାରତୀୟ ଦଳ ସମସ୍ୟାରେ ପଡିଲେ ବୋଲି ବାରମ୍ବାର କହୁଛନ୍ତି । ମାତ୍ର ଏହା ଠିକ ନୁହେଁ । କାରଣ କାକର ପଡିବା ଫଳରେ ଦ୍ୱିତୀୟରେ ବ୍ୟାଟିଂ କରୁଥିବା ଦଳ ପାଇଁ ବିଶେଷ ସହାୟକ ମିଳୁଥିଲା । ମାତ୍ର ଭାରତୀୟ ଦଳ ମଧ୍ୟ ଏହାର ସଦୁପୋଯୋଗ କରିବାରେ ବିଫଳ ହେଲେ । ତେବେ ନ୍ୟୁଜିଲାଣ୍ଡ ପରି ଦଳ ବିରୋଧରେ ଭାରତ ଯଦି ୧୧୧ ରନ କରିବ ,ତେବେ ବିଜୟ ଆଶା କରିବା ହାସ୍ପ୍ୟସ୍ପଦ କଥା । ଅନ୍ୟ ପକ୍ଷରେ ପ୍ରତିକ୍ଷ ଦଳର ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ନିୟନ୍ତ୍ରଣ ମଧ୍ୟରେ ବାନ୍ଧି ରଖିବାରୁ ଲଢ଼ୁଆ ସ୍କୋର କରି ପାରିଲେ ନାହିଁ । ସେହିପରି ଭାରତୀୟ ବୋଲର ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କ ଉପରେ କୌଣସି ପକାଇ ପାରିଲେ ନାହିଁ । ଭାରତୀୟ ଦଳର ଫିଲ୍ଡିଂ କଧ୍ୟ ଅତି ଦୂର୍ବଳ ଥିଲା ।

Get real time updates directly on you device, subscribe now.