fbpx

ଇତିହାସ ରଚିଲା ବିଟକଏନ୍, ପ୍ରଥମଥର ପାଇଁ ଅତିକ୍ରମ କଲା ୬୭,୬୦୦ ଡଲାର

ନୂଆଦିଲ୍ଲୀ; ଦୁନିଆର ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟକଏନ୍ ଇତିହାସ ରଚିଛି । ଏହାର ମୂଲ୍ୟ ପ୍ରଥମ ଥର ପାଇଁ ୬୭,୦୦୦ ଡଲାରରୁ ଅଧିକ ହୋଇ ଐତିହାସିକ ରେକର୍ଡ ଭାଙ୍ଗିଛି । ବର୍ତ୍ତମାନ ଭାରତୀୟ ମୁଦ୍ରାରେ ୧ ବିଟକଏନର ମୂଲ୍ୟ ହେଉଛି ୫୦,୦୬,୦୭୪ ଟଙ୍କା ।

ସୂଚନା ମୁତାବକ, ବିଟ୍ କଏନ୍ର ମୂଲ୍ୟ ସୋମବାର ଦିନ ୭.୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ସର୍ବାଧିକ ୬୭,୬୩୦ ଡଲାରରେ ପହଞ୍ଚିଛି । କ୍ରିପ୍ଟୋକରେନ୍ସି ଡୋଗେକଏନ୍ ମଧ୍ୟ ସୋମବାର ଦିନ ବୃଦ୍ଧି ପାଇଛି । ଏହା ୩.୭୪ ପ୍ରତିଶତ ଲାଭ ସହିତ ୨୧.୬୯ ଟଙ୍କାରେ କାରବାର କରିଥିଲା ।

ତେବେ ବିଟକଏନ୍ ଏତେ ଲୋକପ୍ରିୟ ଓ ଲାଭବାନ ହେବାର କାରଣ ହେଉଛି ଏହାର ବଜାର । ଅନେକ ବଡ ବଡ ନିବେଶକ ଓ ପୁଞ୍ଜିବତି ଏଥିରେ ନିବେଶ କରିଛନ୍ତି । ଏପରିକି ଟେସଲା, ମାଷ୍ଟରକାର୍ଡ ଭଳି କମ୍ପାନୀ ଏଥିରେ କାରବାର କରିଥାନ୍ତି ।

Get real time updates directly on you device, subscribe now.