fbpx

ଏହି ଜଙ୍ଗଲ ଶେଷ ହୋଇଗଲେ ରହିବ ନାହିଁ ମାନବ ଜାତିର ଅସ୍ଥିତ୍ଵ, ଏମିତି ଚେତାଇଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ଆମାଜନକୁ ନେଇ ଏହି ଚର୍ଚ୍ଚା ଜାରି ରହିଛି ଯେ, ଏହି ଘଞ୍ଚ ଅରଣ୍ୟ ଦୁନିଆ ପାଇଁ କେତେ ଗୁରୁତ୍ଵପୂର୍ଣ୍ଣ। ଆମାଜନକୁ ଦୁନିଆର ଅକ୍ସିଜେନ୍ କୁହାଯାଏ। ହେଲେ ଏହି ଜଙ୍ଗଲ ଏବେ ବିପଦରେ । ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ରିପୋର୍ଟ ଅନୁଯାୟୀ, ଆମାଜନ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଅକ୍ସଫୋର୍ଡ ଓ ଲାଙ୍କେଷ୍ଟର ୟୁନିଭର୍ସିଟିର ପ୍ରଫେସର ତଥା ଗବେଷକ ଏରିକା ବେରେଙ୍ଗୁଏର ଆମାଜନକୁ ନେଇ ଅନେକ ଗୁରୁତ୍ଵପୂର୍ଣ୍ଣ କଥା କହିଛନ୍ତି।

ଏରିକା କହିଛନ୍ତି, ଦିନକୁ ଦିନ ଆମାଜନର ଅବସ୍ଥା ଖରାପ ହେବାରେ ଲାଗିଛି । ଗତ ୪୦ ବର୍ଷରେ ଆମାଜନରେ ତାପମାତ୍ରା ୨.୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ  ବୃଦ୍ଧି ଘଟିଛି । ଏହା ଦୁନିଆକୁ ବିନାଶ ଅଭିମୁଖେ ନେଇ ଯାଉଛି । ହେଲେ ଦୁନିଆ ଏହି ବିଷୟରେ ଚିନ୍ତା କରୁଥିବା ମୋତେ ଲାଗୁନାହିଁ । କାରଣ ପ୍ୟାରିସ୍ ଜଳବାୟୁ ସମ୍ମିଳନୀରେ ୧.୫ ଡିଗ୍ରୀ ସେଲସିୟସ ତାମପାତ୍ରା କମ କରିବା ନେଇ ପଦକ୍ଷେପ ଉଠାଇବା ବିଷୟରେ ଆଲୋଚନା ହେଉଛି । ହେଲେ ୨.୫ କଥା କେଉଁଠି ବି ଆଲୋଚନା ହେଉ ନାହିଁ କି ଉଠୁନାହିଁ।

ସେ କହିଛନ୍ତି, ଆମାଜନ ଅଞ୍ଚଳରେ ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ବର୍ଷାରେ ୩୪ ପ୍ରତିଶତ ହ୍ରାସ ଘଟିଛି। ସରଳ ଭାଷାରେ କହିବାକୁ ଗଲେ ଯଦି ତାପମାତ୍ରା ଏମିତି ବଢେ ଏବଂ ଜଳବାୟୁ ଗରମ ରହେ ତେବେ ଆମାଜନରେ ସର୍ବଦା ନିଆଁ ଲାଗିବ ଏବଂ ଜଙ୍ଗଲ କ୍ଷୟ ଦ୍ରୁତ ଗତିରେ ବଢି ଚାଲିବ।

ଏରିକା କହିଛନ୍ତି, ଆମାଜନର ଅନିୟମିତ ପାଣିପାଗ ଅନେକ ଜୀବଜନ୍ତୁଙ୍କ ଉପରେ ପ୍ରଭାବ ପଡୁଛି। ଆମେ ଏହାକୁ ହାଲୁକା ଭାବେ ନେଇ ପାରିବେ ନାହିଁ। ପୂରା ଦୁନିଆରେ ବର୍ଷାର ସମୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅନିୟମିତ ବର୍ଷା କାରଣରୁ ଦୁନିଆରେ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି। ଏଥିରୁ ଆମାଜନ ମଧ୍ୟ ବାଦ୍ ପଡିନାହିଁ।

ଆମାଜନର ଉନ୍ନତି ପାଇଁ ଆମକୁ ଅନେକ ସ୍ତରରେ ସମନ୍ଵୟର ଆବଶ୍ୟକତା ରହିଛି। ପ୍ରତି ବ୍ୟକ୍ତିଙ୍କୁ କାର୍ବନ ଖର୍ଚ୍ଚ କମ କରିବାକୁ ପଡିବ। ଏହା ଉପରେ ବ୍ୟାପକ ଗବେଷଣାର ଆବଶ୍ୟକତା ରହିଛି। ଆମକୁ ନିଜର ସରକାରଙ୍କ ଉପରେ କାର୍ବନ ନିର୍ଗତ କମ କରିବା ପାଇଁ ଚାପ ପକାଇବାର ଆବଶ୍ୟକତା ଥିବା ଏରିକା କହିଛନ୍ତି।

Get real time updates directly on you device, subscribe now.