fbpx

ଜଗନ-ନବୀନ ବୈଠକ, ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କୁ ନେଇ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜଗମୋହନ ରେଡ୍ଡୀଙ୍କ ମଧ୍ୟରେ ବୈଠକ ଶେଷ । ୨ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ବୈଠକ ପରେ ଜାରି ହେଲା ମିଳିତ ବିବୃତି ।

ଉଭୟ ରାଜ୍ୟ ମଧ୍ୟରେ ଥିବା ସମସ୍ୟାକୁ ସମାଧାନ ନେଇ ହୋଇଛି ଆଲୋଚନା । କୋଟିଆ, ନେରେଡ଼ି, ଝଞ୍ଜାବତି, ଜଳ ସମସ୍ୟା ଉପରେ ହେଲା ଆଲୋଚନା । ପୋଲାଭରମ, ବାହୁଦା ଜଳ, ବାଲିମେଳା, ସିଲେରୁ ଜଳ ନେଇ ଆଲୋଚନା । କୋଟିଆ ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ କାର୍ଯ୍ୟ କରିବେ । ମିଳିତ ଭାବେ ବିବାଦର ସମାଧାନ ପାଇଁ କରିବେ କାର୍ଯ୍ୟ । ପୋଲାଭରମ ବିବାଦର ସମାଧାନ ନେଇ ଆଲୋଚନା । ଜଳ ବିବାଦ, ଶକ୍ତି ଓ ନକ୍ସଲ ସମସ୍ୟା ନେଇ ଆଲୋଚନା ହୋଇଛି । ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କୁ ନେଇ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ବିବାଦୀୟ ବିଷୟକୁ ନେଇ ଉଭୟପକ୍ଷ ଆଲୋଚନା ହେବ । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ଗଞ୍ଜେଇ ଚାଷ ଓ ନକ୍ସଲ ସମସ୍ୟାର ସମାଧାନ ନେଇ ଆଲୋଚନା । ଓଡ଼ିଶା ଓ ତେଲୁଗୁ ଭାଷାର ଚେୟାର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବେ ।

ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଭୁବନେଶ୍ୱର ପହଞ୍ଚିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ଦୁଇ ମୁଖ୍ୟମନ୍ତ୍ରୀ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି ।

Get real time updates directly on you device, subscribe now.