fbpx

NDRFର ନୂଆ ଡିଜି ଭାବେ ଅତୁଲ କରୱାଲଙ୍କୁ ମିଳିଲା ଦାୟିତ୍ବ

ନୂଆଦିଲ୍ଲୀ : ବଦଳିଲେ ଏନ୍‌ଡିଆର୍‌ଏଫ୍‌ ଡିଜି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନ୍‌ଡିଆର୍‌ଏଫ୍‌) ନୂତନ ଡିଜି ଭାବେ ଗୁଜୁରାଟ କ୍ୟାଡରର ଅତୁଲ କରୱାଲଙ୍କୁ ମିଳିଲା ନିଯୁକ୍ତ। ବରିଷ୍ଠ ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କ ସ୍ଥାନରେ ଏନ୍‌ଡିଆର୍‌ଏଫ୍ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ ଭାର ସମ୍ଭାଳିବେ ଆଇପିଏସ୍ ଅତୁଲ କରୱାଲ। ଏନେଇ ମଙ୍ଗଳବାର ଦିନ କ୍ୟାବିନେଟର ନିଯୁକ୍ତି କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

 

ସୂଚନା ମୁତାବିକ, ସର୍ଦ୍ଦାର ଭାଲାଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଦାୟିତ୍ବରେ ଥିବା ଅତୁଲ କରୱାଲଙ୍କୁ ଜାତୀୟ ପ୍ରଶମନ ବଳର ନୂତନ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ଅତୁଲ କରୱାଲ ଗୁଜୁରାଟ କ୍ୟାଡରର ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ। ୨ବର୍ଷ ପାଇଁ ଏନ୍‌ଡିଆର୍‌ଏଫ୍‌ର ଡିଜି ଭାବରେ ନିଯୁକ୍ତ କରାଯାଇଛି।

Get real time updates directly on you device, subscribe now.