fbpx

ଏହି ସବୁ ସ୍ମାର୍ଟଫୋନରେ ଆସିବ ଆଣ୍ଡ୍ରଏଡ୍ ୧୨! ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: ଲଞ୍ଚ ହୋଇଛି ଆଣ୍ଡ୍ରଏଡ୍ ର ନୂଆ ଭର୍ସନ୍ । ଯାହାର ନାଁ ରଖାଯାଇଛି Android 12 । ଗୁଗୁଲର ବିଟା ଟେଷ୍ଟିଂ ଅନେକ ଆଗରୁ ଆରମ୍ଭ ହୋଇଥିବା ବେଳେ ଏହାପରେ ଆଣ୍ଡ୍ରଏଡ୍ ନିଜର ଏହି ନୂତନ ଭର୍ସନକୁ ଲଞ୍ଚ କରିଛି । ମେ ମାସରେ ହୋଇଥିବା ଘୋଷଣା ଅନୁସାରେ, ଏହି ଅପଡେଟ୍ ଗୁଗୁଲ ପିକ୍ସେଲ୍ ଫୋନ୍ ରେ ଉପଲବ୍ଧ ରହିଛି । ଆପଣ ଜାଣି ରଖିଥାନ୍ତୁ ଯେ, ଆଣ୍ଡ୍ରଏଡ୍ ୧୨ ର ଏହି ନୂଆ ଭର୍ସନ ୱାନପ୍ଲସ୍, ଓପ୍ପୋ, ରିୟଲ୍ ମି, ସାଓମି ଏବଂ ଭିଭୋ ଭଳି କିଛି ଆଗଧାଡ଼ିର ମୋବାଇଲ୍ ଫୋନ୍ ଗୁଡ଼ିକରେ ଉପଲବ୍ଧ ରହିଛି । ତେବେ ନୂତନ ଭର୍ସନ ଆସିବାକୁ ହେଉଥିବା ବିଳମ୍ବର ପ୍ରମୁଖ କାରଣ ହେଲା କଷ୍ଟମାଇଜେସନ୍ । ଯାହାକି ଆପଣ ମାନଙ୍କୁ ଉପରୋକ୍ତ ଏଡିସନ୍ ଗୁଡ଼ିକରେ ମିଳିପାରିବ ।

ଆଣ୍ଡ୍ରଏଡ୍ ୧୨ ରୋଲଆଉଟ୍ ପାଇଁ ପ୍ରତ୍ୟେକ ସ୍ମାର୍ଟଫୋନ୍ ବ୍ରାଣ୍ଡର ନିଜସ୍ୱ ରୋଡମ୍ୟାପ୍ ଅଛି, ଯେଉଁ କାରଣରୁ ଜିଆଓମି ଫୋନର ବହୁ ପୂର୍ବରୁ ଓପୋ ଫୋନରେ ଏହି ସଂସ୍କରଣ ଆସିବ ବୋଲି ଅନୁମାନ କରାଯାଉଛି । ଏହି ବର୍ଷର ଶେଷ ଆଡ଼କୁ ଅଧିକାଂଶ ବ୍ରାଣ୍ଡେଡ୍ ଫୋନ୍ ବିଟା ରେ ଥିଲେ ମଧ୍ୟ ଆଣ୍ଡ୍ରଏଡ୍ ୧୨ ଉପରେ ଆଧାର କରି କଷ୍ଟମ୍ ସଫ୍ଟୱେର୍ ପାଇବ ।

ଓପ୍ପୋ ନିଜର ଫ୍ଲାଗସିପ୍ ଫୋନ୍ ପାଇଁ ଆଣ୍ଡ୍ରଏଡ୍ ୧୨କୁ ରୋଲ୍ ଆଉଟ୍ କରିଛି । ବିଟାରେ ଉପଲବ୍ଧ ଥିବା ColorOS 12 ରେ ସବୁ ପ୍ରକାର ଫିଚର୍ ଯାହାକୁ ଗୁଗୁଲ ଆଣ୍ଡ୍ରଏଡ୍ ୧୨ ପାଇଁ ରୋଲ୍ ଆଉଟ୍ କରିଛି । ଏହି ବର୍ଷ ଶେଷ ଆଡ଼କୁ ଏହି ଫିଚର୍ ଫୋନରେ ଉପଲବ୍ଧ ରହିଥିବ । ସେହିପରି ୱାନପ୍ଲସ୍, ରିୟଲ୍ ମି, ଆଇକ୍ୟୁଓଓ, ଭିଭୋ ଓ ସାଓମି ଭଳି ଫୋନ୍ ରେ ଆଣ୍ଡ୍ରଏଡ୍ ୧୨କୁ ରୋଲ୍ ଆଉଟ୍ କରାଯାଇଛି ।

 

Get real time updates directly on you device, subscribe now.