fbpx

ଚୀନ ନାଗରିକଙ୍କୁ ମିଳିବ ନାହିଁ ଇ-ଭିସା; ତାଲିକାରୁ ଅଲଗା ହେଲେ ଏହିସବୁ ଦେଶ

ନୂଆଦିଲ୍ଲୀ: ସୀମାରେ ଅସନ୍ତୋଷ ଓ ଆକ୍ରମଣାତ୍ମକ ପରିସ୍ଥିତି ସୃଷ୍ଟି କରୁଥିବା ନେଇ ଚୀନକୁ ଭାରତ ଝଟକା ଦେଇଛି । ଚୀନକୁ ନିଜ ଭାଷାରେ ଜବାବ୍ ଦେଇଛି ଭାରତ । ବାସ୍ତବରେ ସୋମବାର ଠାରୁ ୧୫୨ ଦେଶ ପାଇଁ ଇ-ଭିସା ସୁବିଧା ଉପଲବ୍ଧ କରାଉଛି ଭାରତ । ହେଲେ ଏହି ତାଲିକାରୁ ଚୀନ, ହଙ୍ଗକଙ୍ଗ ଏବଂ ମକାଉ ଭଳି ଦେଶ ବାଦ୍ ପଡ଼ିଛି । ସେହିପରି ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ଆମେରିକା ସମେତ ୧୫୨ ଦେଶର ଲୋକ ଭାରତରେ ଇ-ଭିସା ସୁବିଧାର ଲାଭ ଉଠାଇପାରିବେ ।

ଚୀନ ବ୍ୟତୀତ ଭାରତ ପକ୍ଷରୁ କାନାଡା, ୟୁନାଇଟେଡ୍ କିଙ୍ଗଡମ୍, ଇରାନ, ମାଲେସିୟା, ଇଣ୍ଡୋନେସିୟା ଓ ସାଉଦୀ ଆରବକୁ ବି ପାରସ୍ପରିକ ସହଯୋଗ ନ ମିଳିବାରୁ ତାଲିକାରୁ ବାହାର କରିଦିଆଯାଇଛି । ରିପୋର୍ଟ ଅନୁସାରେ, ପୂର୍ବରୁ ଇ-ଭିସା ସୁବିଧା ୧୭୧ ଦେଶ ପାଇଁ ଉପଲବ୍ଧ ରହିଥିଲା । ତେବେ ପୂର୍ବ ଲଦାଖରେ ଚୀନ ସହିତ ଜାରି ରହିଥିବା ବିବାଦ କାରଣରୁ ତାଲିକାରୁ ଚୀନକୁ ବାଦ୍ ଦିଆଯାଇଛି ।

ଚୀନ୍ ପର୍ୟ୍ୟଟକଙ୍କ ପାଇଁ ପ୍ରି-ରେଫରାଲ୍ ବର୍ଗ (ପିଆରସି) ରେ ରିହାତି ପ୍ରଦାନ କରି ଇ-ଭିସା ପାଇଥିବା ୧୭୧ ଦେଶ ତାଲିକାରେ ଭାରତ ଚାଇନାକୁ ଅନ୍ତର୍ଭୁକ୍ତ କରିଥିଲା। ଚୀନ୍, ଆଫଗାନିସ୍ତାନ, ପାକିସ୍ତାନ, ଇରାକ, ସୁଡାନ ବ୍ୟତୀତ ପାକିସ୍ତାନୀ ମୂଳରୁ ଆସିଥିବା ବିଦେଶୀ ତଥା ଅନ୍ୟ ଦେଶର ଲୋକଙ୍କୁ ପିଆରସି ଅଧୀନରେ ଆରାମ ପ୍ରଦାନ କରାଯାଇଥିଲା । ତେବେ, କରୋନା ମହାମାରୀ ହେତୁ ମାର୍ଚ୍ଚ ୨୦୨୦ ରେ ଯାତ୍ରା ପ୍ରତିବନ୍ଧକ ଘୋଷଣା ହେବା ପରେ ସମସ୍ତ ପ୍ରକାର ଇ-ଭିସା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

Get real time updates directly on you device, subscribe now.