ନୂଆଦିଲ୍ଲୀ: ଆଜିକା ସମୟରେ ମୋବାଇଲ୍ ଫୋନ୍ ଏକ ନିହାତି ଆବଶ୍ୟକୀୟ ଜିନିଷ ପାଲଟିଛି । ଆମେ ଆମ ଜୀବନକୁ ଏବେ ମୋବାଇଲ ଫୋନ୍ ବିନା କଳ୍ପନା ମଧ୍ୟ କରିପାରିବୁ ନାହିଁ । କାରଣ ଘରେ ବସି ବସି ବର୍ତ୍ତମାନ ମୋବାଇଲ୍ ଫୋନ୍ ସାହାଯ୍ୟରେ ପୂରା ଦୁନିଆକୁ ଆମେ ଆମ ହାତ ମୁଠାରେ ଅନୁଭବ କରୁ । ହେଲେ କଣ ଆପଣ ଜାଣିଛନ୍ତି କି କିଛି ନମ୍ବର ଏପରି ରହିଛି ଯାହାକୁ ନିଷେଧ ନମ୍ବର ଭାବରେ ଘୋଷଣା କରାଯାଇଛି । ଏଗୁଡ଼ିକୁ ରେଷ୍ଟ୍ରିକ୍ଟେଡ୍ ନମ୍ବର ବୋଲି କୁହାଯାଏ । ଯଦି ଆପଣ ମାନେ ଏହାକୁ ଡାଏଲ୍ କରନ୍ତି ତେବେ ଅସୁବିଧାରେ ପଡ଼ିପାରନ୍ତି । ତେବେ ଚାଲନ୍ତୁ ଜାଣିବା ଏହିସବୁ ମୋବାଇଲ୍ ନମ୍ବର ସମ୍ପର୍କରେ ।
ତେବେ କିଛି ବଡ଼ ବଡ଼ ଘଟଣା ତଥା ବିଚାର ବିମର୍ଶକୁ ଆଧାର କରି ଏହିସବୁ ନମ୍ବରକୁ ରେଷ୍ଟ୍ରିକ୍ଟେଡ୍ ନମ୍ବର ଭାବରେ ଘୋଷଣା କରାଯାଇଛି । କୁହାଯାଉଛି ଯେ, ଏହି ନମ୍ବରକୁ ଗୋଟିଏ ରିଙ୍ଗ କରିବା ଦ୍ୱାରା ଆପଣଙ୍କର ସମସ୍ୟାର ଦିନ ଆରମ୍ଭ ହୋଇଯିବ । ଆଉ ଏପରି ଲୋକମାନେ ଅନୁଭବ କରିଛନ୍ତି ମଧ୍ୟ ।
୦୯୦୪୪୪୪୪୪୪୪
ଜାପାନୀ ଲୋକଙ୍କ କହିବା କଥା ଯେ, ଏହି ନମ୍ବର ହେଉଛି ଏପର୍ଯ୍ୟନ୍ତର ସବୁଠାରୁ ଭୟଙ୍କର ତଥା ହଣ୍ଟେଡ୍ ନମ୍ବର । କୁହାଯାଏ ଯେ, ଏହି ନମ୍ବର ସହିତ କିଛି ଅଲୌକିକ ଶକ୍ତି ଯୋଡ଼ି ହୋଇ ରହିଛି । ଏହି ନମ୍ବରକୁ ଡାଏଲ୍ କରିବା ମାତ୍ରେ ଆପଣଙ୍କୁ କିଛି ଅଜବ ଶବ୍ଦ ଶୁଣିବାକୁ ମିଳିବ । ଏହାର କିଛି ସପ୍ତାହ ପରେ ଆପଣଙ୍କ ମୃତ୍ୟୁ ହୋଇଯିବ । ହେଲେ ଏହିସବୁ ଦାବିର କୌଣସି ପ୍ରମାଣ ମିଳିନାହିଁ । କିନ୍ତୁ ଜାପାନର ଲୋକମାନେ ଏହାକୁ ଦୃଢ଼ତାର ସହିତ ସତ ବୋଲି ଦାବି କରିଛନ୍ତି ।
୧୨୦୭୪୦୪୨୬୦୪
ପ୍ରଥମେ ତ ଏହା ଆପଣଙ୍କୁ ଏକ ସାଧାରଣ ନମ୍ବର ପରି ଦେଖାଯାଉଥିବ । ହେଲେ କୁହାଯାଇଛି ଯେ, ଏହି ନମ୍ବରକୁ କେବଳ ଥରେ ଡାଏଲ୍ କରିବା ଦ୍ୱାରା ଭୂତ ଦେଖାଯିବା ଆରମ୍ଭ ହୋଇଯାଏ । ଏହାର ଏକ ହଣ୍ଟେଡ୍ ନମ୍ବର ବୋଲି କୁହାଯାଇଛି । ତେବେ ଏହାକୁ ସର୍ବପ୍ରଥମେ ହରର୍ ଫିଲ୍ମ ଉବକ୍ସକ୍ସସର(୨୦୧୩) ରେ ଦେଖିବାକୁ ମିଳିଥିଲା ।
୨୦୨୦୨୦୨୦
ୟୁକେରେ ୭୦ ଦଶକରେ ଫୋନ୍ ବୁଥ୍ କାମ କରୁଥିଲା । ଏଠାକୁ କଲ୍ କରିବା ପାଇଁ ଲୋକମାନେ ଆସୁଥିଲେ । କଲ୍ କରିବା ପାଇଁ ଏଠାରେ ଟଙ୍କା ଦେବାକୁ ପଡ଼ୁଥିଲା । ହେଲେ ଗୋଟିଏ ନମ୍ବର ଏପରି ଥିଲା ଯାହା ମାଗଣାରେ ଲାଗୁଥିଲା । ଆଉ ଏହି ନମ୍ବରୁ କଲ୍ କରିବା ଦ୍ୱାରା ଅପର ପଟରୁ ଜଣେ ମହିଳାଙ୍କ ଚିତ୍କାର କରିବା ଭଳି ଶବ୍ଦ ଶୁଣିବାକୁ ମିଳୁଥିଲା । ଚିତ୍କାର କରି ମହିଳା ଜଣକ ସାହାଯ୍ୟ ମାଗୁ୍ଥିବା କୁହାଯାଉଥିଲା । ତେଣୁ ଏହି ନମ୍ବରକୁ ହଣ୍ଟେଡ୍ ଲିଷ୍ଟରେ ପକାଯାଇଛି ।
୧୦ ମିଲିୟନ୍
ଏହି ନମ୍ବରକୁ ନେଇ ଅନେକ ପ୍ରକାର ଗୁଜବ ରହିଛି । କୁହାଯାଉଥିଲା ଯେ, ଏହି ନମ୍ବରକୁ ଡାଏଲ୍ କରିବା ଦ୍ୱାରା ଅପରପଟରୁ ଜଣେ ବ୍ୟକ୍ତିଙ୍କ ପାଟି ଶୁଣିବାକୁ ମିଳୁଥିଲା । ଯିଏକି ସେହି ନମ୍ବରକୁ ୧୫ ଜଣଙ୍କ ସହ ବାଣ୍ଟିବାକୁ କହୁଥିଲେ ଓ ଯଦି କେହି ଉକ୍ତ ବ୍ୟକ୍ତିଙ୍କ କହିବାନୁସାରେ ନମ୍ବର ବାଣ୍ଟୁନଥିଲା ସେ ଅନେକ ସସମ୍ୟାର ସମ୍ମୁଖୀନ ହେଉଥିଲା । ଲମ୍ବା ସମୟ ପର୍ଯ୍ୟନ୍ତ ଏହି ଅଭିଶାପ ମୋବାଇଲ୍ ନମ୍ବର ଅନେକଙ୍କୁ ହଇରାଣ କରିଆସିଛି ।
ରେଡ୍ ନମ୍ବରସ୍
୨୦୦୪ ମୁନ୍ ନାଇଜେରିୟାରେ ରେଡ୍ ନମ୍ବର ଦ୍ୱାରା ଆତଙ୍କ ଖେଳାଯାଉଥିବା ଖବର ଶୁଣିବାକୁ ମିଳିଥିଲା । ୱାର୍ଣ୍ଣିଂ ଜାରି କରାଯାଇଥିଲା ଯେ, କେହି ବି ଏହି ନମ୍ବରରୁ କଲ୍ ଆସିଲେ ରିସିଭ୍ କରିବେ ନାହିଁ । କୁହାଯାଏ ଏହି ନମ୍ବର ଦ୍ୱାରା ମୋବାଇଲ୍ ଫାଟିଯାଏ । ଏଥିରୁ ଶୁଣାଯାଉଥିବା ହାଇ ଫ୍ରିକ୍ୱେନସି ସାଉଣ୍ଡ ମସ୍ତିସ୍କର ନର୍ଭ ସବୁକୁ ଡ୍ୟାମେୁଜ୍ କରିଦିଏ ବୋଲି କୁହାଯାଏ । ଗୋଟିଏ ସମୟରେ ଏହାକୁ ନେଇ ପାକିସ୍ତାନ ସରକାର ଦେଶରେ ହାଇଆଲର୍ଟ ଜାରି କରିଥିଲେ । ଆଉ ଆଜି ପର୍ଯ୍ୟନ୍ତ ଏହାକୁ ନେଇ ଲୋକଙ୍କ ମନରେ ଭୟ ରହିଛି ।