fbpx

ଖାଲି ପେଟରେ ଏହି ଜିନିଷ କେବେ ବି ସେବନ କରନ୍ତୁ ନାହିଁ

ଖାଲିପେଟରେ କିଛି ବି ଖାଦ୍ୟ ସେବନ କରିବା ଅଧିକାଂଶ ଲୋକଙ୍କ ଅଭ୍ୟାସ ଥାଏ । କିନ୍ତୁ ଆପଣମାନେ କଣ ଜାଣନ୍ତି କି ଖାଲି ପେଟରେ ଏପରି କିଛି ଜିନିଷ ଖାଇବା ତାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା କେଉଁ ଜିନିଷ ଖାଲି ପେଟରେ ଖାଇବା ଅନୁଚିତ ।

– ଫଳ ସେବନ କରିବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଅଙ୍ଗୁର, ଲେମ୍ବୁ, ଅମୃତଭଣ୍ଡା ଖାଲି ପେଟରେ ଖାଇବା ଅନୁଚିତ । ପ୍ରାୟତଃ ଖଟା ଫଳ ଖାଲି ପେଟରେ ସେବନ କରିବା ଅନୁଚିତ । ଏହି ଫଳଗୁଡ଼ିକ ଖାଲି ପେଟରେ ଖାଇଲେ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ ।

– ଅଧିକାଂଶ ଲୋକ ଦିନର ଆରମ୍ଭ ଚା ପିଇବାରୁ ଆରମ୍ଭ କରିଥାନ୍ତି । କିଛି ଲୋକଙ୍କ ଧାରଣା ଥାଏ ଯେ, ଚା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଖାଲି ପେଟରେ ଚା ପିଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ଚା ଶରୀରରେ ଅମ୍ଲ ବୃଦ୍ଧି କରିବା ସହ କ୍ଷୁଧା କମ୍ କରିଦେଇଥାଏ ।

– ଟମାଟୋ ଖାଇବା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ମାତ୍ର ଟମାଟୋ ଖାଲି ପେଟରେ ଖାଇବା ଅନୁଚିତ । ଟମାଟୋରେ ଏସିଡ୍ ରହିଥିବାରୁ ଏହା ଖାଇବା ଦ୍ୱାରା ଆମ ପେଟର ସମସ୍ୟା ବୃଦ୍ଧି ପାଇଥାଏ ।

– ଖାଲି ପେଟରେ କେବେ ବି ସୋଡ଼ା ଖାଇବା ଅନୁଚିତ । ସୋଡ଼ାରେ ପର୍ଯ୍ୟାପ୍ତ ମାତ୍ରାରେ କାର୍ବୋନେଟ୍ ଏସିଡ୍ ରହିଥାଏ । ଫଳରେ ଏହା ଖାଇବା ଦ୍ୱାରା ଆମର ବାନ୍ତି ଓ ପେଟ ରୋଗ ବୃଦ୍ଧି ପାଇଥାଏ ।

– ମସଲାଯୁକ୍ତ ଖାଦ୍ୟ ଖାଲି ପେଟରେ ଖାଇବା ଶରୀର ପାଇଁ ଠିକ୍ ନୁହେଁ । ମସଲାରେ ପ୍ରାକୃତିକ ଏସିଡ୍ ରହିଥାଏ, ଯାହାକି ପେଟର ହଜମ ଶକ୍ତିକୁ ବିଗାଡ଼ି ଦେଇଥାଏ । ଯାହାଫଳରେ ପେଟରେ ଯନ୍ତ୍ରଣା ହୋଇଥାଏ ।

– ଖାଲି ପେଟରେ କେବେ ବି କଦଳୀ ଖାଇବା ଅନୁଚିତ । ଖାଲି ପେଟରେ କଦଳୀ ଖାଇବା ଦ୍ୱାରା ଶରୀରରେ ମ୍ୟାଗ୍ନେସିୟମର ମାତ୍ରା ବୃଦ୍ଧି ପାଇଥାଏ । ଫଳରେ ଶରୀରରେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମର ସନ୍ତୁଳନ ଠିକ ରହେ ନାହିଁ । ଏହାଦ୍ୱାରା ପେଟରେ ନାନା ପ୍ରକାର ସମସ୍ୟା ଦେଖାଦେଇଥାଏ ।

Get real time updates directly on you device, subscribe now.