fbpx

ଜୋତାରେ ବିୟର୍ ଢ଼ାଳି ପିଇଲେ ଅଷ୍ଟ୍ରେଲିୟା ଖେଳାଳୀ, ବିଶ୍ୱକପ୍ ଜିତିବା ପରେ ଖୁସିରେ ପାଗଳ ହୋଇ ଏପରି ସେଲିବ୍ରେସନ୍ କଲା ବିଜୟୀ ଟିମ୍

ଦୁବାଇ : ୪୫ ମ୍ୟାଚ୍ର ଘମାଘୋଟ ଲଢ଼େଇ ପରେ ଟ୍ବେଣ୍ଟି-୨୦ କ୍ରିକେଟ୍କୁ ମିଳିଛି ନୂଆ ବିଶ୍ୱ ବିଜେତା । ଫଟାଫଟ୍ କ୍ରିକେଟ୍ର ହାଇସ୍କୋରିଂ ଏବଂ ଛକା ଚୌକାଭରା ମେଗା ଫାଇନାଲ୍ରେ ରବିବାର ନ୍ୟୁଜିଲାଣ୍ଡକୁ ୮ ୱିକେଟ୍ରେ ହରାଇ ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପ୍ ଜିତିଛି ଅଷ୍ଟ୍ରେଲିଆ। ଏହାସହିତ ଟି୨୦ ବିଶ୍ୱକପ୍ ଇତିହାସରେ ଯୋଡ଼ି ହୋଇଯାଇଛି ନୂଆ ଅଧ୍ୟାୟ। ଏବେ ଟି୨୦ କ୍ରିକେଟ୍ର ବିଶ୍ୱ ବିଜେତା କ୍ଲବ୍ରେ ଭାରତ, ପାକିସ୍ତାନ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ସହ ସାମିଲ ହୋଇଛି ଅଷ୍ଟ୍ରେଲିଆ । ଆଉ ସପ୍ତମ ସଂସ୍କରଣରେ ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ମିଳି ଯାଇଛି ଷଷ୍ଠ ବିଜେତା ।

ତେବେ ଅଷ୍ଟ୍ରେଲିୟା ବିଶ୍ୱକପ୍ ଜିତିବା ପରେ ଟିମ୍ ର ସବୁ ଖେଳାଳୀ ମାନେ ସେଲିବ୍ରେସନ କରିଥିଲେ । ହେଲେ ସେଲିବ୍ରେଟ୍ କରିବା ସମୟର ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଅଷ୍ଟ୍ରେଲିୟାର ଖେଳାଳୀ ମାନେ ବିଜୟ ହାସଲ କରିଥିବା ଖୁସିରେ ସ୍ପୋର୍ଟସ୍ ଶୁ(ଜୋତାରେ) ବିୟର୍ ଭର୍ତ୍ତି କରି ପିଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଆଇସିସି ତରଫରୁ ସୋମବାର ଦିନ ଏହି ଭିଡିଓଟିକୁ ସେୟାର୍ କରାଯାଇଛି । ଭିଡିଓରେ ମେଥ୍ୟୁ ୱାଡେ ଓ ମାର୍କସ୍ ଷ୍ଟୋଇନିସ୍ ଜୋତାରେ ବିୟର୍ ରଖି ପିଉଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by ICC (@icc)

ସୂଚନା ଯୋଗ୍ୟ, ରବିବାର ଦିନ ଟି୨୦ ବିଶ୍ୱକପ୍ ଫାଇନାଲ୍ ଦୁବାଇରେ ଖେଳାଯାଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪ଟି ୱିକେଟ୍ ରେ୧୭୨ ରନ୍ କରିଥିଲେ । କ୍ୟାପଟେନ୍ କେନ୍ ୱିଲିୟମସନ୍ ୪୮ ବଲ୍ ରେ ୮୫ ରନ୍ କରିଥିଲେ । ସେ ଖୁବ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ୩ ଟି ଛକା ସହିତ ୧୦ଟି ଚାରି ମାରି ଧୁଆଁଧାର ବ୍ୟାଟିଂ କରିଥିଲେ । ହେଲେ ଅଷ୍ଟ୍ରେଲିୟାର ଖେଳାଳୀ ମାନେ ମଧ୍ୟ ଜବରଦସ୍ତ ଜବାବୀ ପ୍ରର୍ଦଶନ କରିଥିଲେ ।

୧୭୩ ରନ୍ର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ମାତ୍ର ୧୫ ରନ୍ରେ ଅଧିନାୟକ ଆରୋନ ଫିଞ୍ଚ୍ (୫)ଙ୍କୁ ହରାଇଥିଲା। ହେଲେ ଅଲରାଉଣ୍ଡର ମିଚେଲ ମାର୍ସ (୭୭ଞ୍ଚ ରନ୍, ୫୦ ବଲ୍, ୬ ଚୌକା, ୪ ଛକା) ଏବଂ ଓପନର ଡେଭିଡ୍ ୱାର୍ଣ୍ଣର(୫୩ ରନ୍, ୩୮ ବଲ୍, ୪ ଚୌକା, ୩ ଛକା) ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରି ଅଷ୍ଟ୍ରେଲିଆକୁ ବିଶ୍ବକପ୍ ଉପହାର ଦେଇଥିଲେ। ନ୍ୟୁଜିଲାଣ୍ଡ ଆଜି ପ୍ରଥମେ ବ୍ୟାଟିଂ କରି ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ଇତିହାସର ସର୍ବୋଚ୍ଚ ଦଳଗତ ସ୍କୋର କରିନେଇଥିଲା। ବିଜେତା ଅଷ୍ଟ୍ରେଲିଆ ଏହାକୁ ୧୮.୫ ଓଭରରେ କେବଳ ୨ ୱିକେଟ୍ ହରାଇ ହାସଲ କରି ନେଇ ବିଶ୍ବକପ୍ ଫାଇନାଲରେ ସର୍ବୋଚ୍ଚ ପଶ୍ଚାତଧାବନର ଅପୂର୍ବ କୀର୍ତ୍ତିମାନ କରିନେଇଥିଲା।

Get real time updates directly on you device, subscribe now.