fbpx

ଦାୟିତ୍ୱ ମିଳିବା ପରେ କଣ କହିଲେ ସଞ୍ଜୟ ?

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ସଞ୍ଜୟ ଦାସବର୍ମାଙ୍କୁ ଆଜି ନୂଆ ଦାୟିତ୍ୱ ମିଳିଛି । କ୍ୟାବିନେଟ୍ ରାଙ୍କ ସହ ସଞ୍ଜୟଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାୟିତ୍ୱ ମିଳିବା ପରେ ସଞ୍ଜୟ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ମୋ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ନିଯୁକ୍ତି ମିଳିବା ପୂର୍ବରୁ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରିଥିଲି । ରାଜ୍ୟ ଯୋଜନା ବୋର୍ଡ ନା ରାଜ୍ୟସଭା ପାଇଁ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋତେ ପଚାରି ବୁଝିଥିଲେ ।’

ଯୋଜନା ବୋର୍ଡ ସହ ଦଳୀୟ ସଙ୍ଗଠନ ପାଇଁ କାମ କରିବାକୁ ଇଛା ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ସଞ୍ଜୟ ଉତ୍ତର ଦେଇଥିଲେ । ତେବେ ଯୋଜନାର ସଫଳ ରୂପାୟନ ଓ ସମନ୍ୱୟକୁ ଗୁରୁତ୍ୱ ଦେବି ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି ।

Get real time updates directly on you device, subscribe now.