fbpx

ଡ୍ୟୁଟି ସମୟରେ ଡାକ୍ତର ଷ୍ଟାଫ ଅନୁପସ୍ଥିତ ମାମଲା: ହସ୍ପିଟାଲ ବୁଲିବେ କୋର୍ଟ କମିଟି

ଭୁବନେଶ୍ୱର: ହସ୍ପିଟାଲରେ ଡ୍ୟୁଟି ସମୟରେ ଡାକ୍ତର ତଥା ଷ୍ଟାଫଙ୍କ ଅନୁପସ୍ଥିତ ମାମଲା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପ୍ରତି ଜିଲ୍ଲାରେ ଥିବା ସିଏଚସି, ପିଏଚସି ଓ ଜିଲ୍ଲା ହସ୍ପିଟାଲ ବୁଲିବେ ସ୍ୱତନ୍ତ୍ର କମିଟି । ପ୍ରତି ଜିଲ୍ଲାର ଚାରି ଜଣିଆ କମିଟି ହସ୍ପିଟାଲ ବୁଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜିଲ୍ଲା ଅ।।ଇନ ସହାୟତା କର୍ତ୍ତୃପକ୍ଷଙ୍କ ଦ୍ୱାରା ଗଠିତ ଚାରିଜଣିଆ କିମିଟି ମେଡିକାଲ ବୁଲିବେ । ଡ୍ୟୁଟି ସମୟରେ ଡାକ୍ତର, ନର୍ସ, ଷ୍ଟାଫ୍ ଉପସ୍ଥିତ ଅଛନ୍ତି କି ନାହିଁ ତାହା ତଦାରଖ କରିବେ କମିଟି ସଦସ୍ୟ । ନଭେମ୍ବର ୩୦ ସୁଦ୍ଧା ଜିଲ୍ଲା ଆଇନ ସେବା ସଚିବଙ୍କୁ ରିପୋର୍ଟ ଦେବେ । ସଚିବ ଡିସେମ୍ବର ୩ରେ ହାଇକୋର୍ଟଙ୍କୁ ରିପୋର୍ଟ ଦେବେ ଏହାପରେ ଆସନ୍ତା ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Get real time updates directly on you device, subscribe now.