fbpx

ଗୋବର ଖାଇଲେ ହରିଆଣା ଡାକ୍ତର: ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଳୀ: ବିଂଶ ଶତାବ୍ଦୀର ସମାଜରେ ମଧ୍ୟ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଥିବା ଲୋକଙ୍କ ସଂଖ୍ୟା କିଛି କମ ନୁହେଁ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ହରିଆଣାରେ । ପେଶାରେ ଡାକ୍ତର ଭାବରେ କାମ କରୁଥିବା ଜଣେ ବ୍ୟକ୍ତି ଗୋବର ଖାଉଥିବାର ଭିଡିଓଟି ବେଶ ଭାଇରାଲ ହୋଇଛି । ଏମବିବିଏସ ଡାକ୍ତର ଭାବରେ କାମ କରୁଥିବା ମନୋଜ ମିତ୍ତଲ ଏହି ଗୋବର ଖାଉଥିବାର ଭିଡିଓଟି ବେଶ ଭାଇରାଲ ହେବାରେ ଲାଗିଛି । ମନୋଜ କର୍ଣ୍ଣାଲରେ ଶିଶୁ ରୋଗ ବିଶେଷଜ୍ଞ ଭାବରେ କାମ କରନ୍ତି ।

ଭାଇରାଲ ହରିଆଣା ପକ୍ଷରୁ ଏହି ଭିଡିଓକୁ ପ୍ରଥମେ ପୋଷ୍ଟ କରାଯାଇଥିଲା । ଏହି ଭିଡିଓରେ ଡାକ୍ତର ବାବୁ ଏକ ଗୋଶାଳା ମଧ୍ୟରେ ଶୁଟ କରିଛନ୍ତି । ଗୋ ମାତାଙ୍କ କେଉଁ ୫ ଜିନିଷ ଖାଇହେବ ଏହା ଉପରେ ଭିଡିଓ କରୁଥିବା ବେଳେ ଗୋବର ଖାଇଦେଇଥିଲେ ନିଜେ ଡାକ୍ତର । ଏହା ସହିତ ଏକାଦଶୀ ବ୍ରତ ସମୟରେ ତାଙ୍କ ମା ଗୋବର ଖା’ନ୍ତି ବୋଲି ଡାକ୍ତର ଜଣକ ନିଜ ଭିଡିଓରେ କହିଛନ୍ତି । ଗାଇ ଗୋବର ମନକୁ ଶୁଦ୍ଧ ଏବଂ ପରିସ୍କାର ରଖିଥାଏ । ଯଦି ଏହା ଶରୀର ମଧ୍ୟକୁ ପ୍ରବେଶ କରିଯାଏ ତେବେ ଏହା ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.