fbpx

ଅନଲାଇନରେ ହେବ ନାହିଁ ସିବିଏସଇ ଟର୍ମ-୧ ପରୀକ୍ଷା, ରାୟ ଶୁଣାଇଲେ ସୁପ୍ରିମକୋର୍ଟଙ୍କ

ନୂଆଦିଲ୍ଲୀ: ଅଫଲାଇନରେ ହିଁ ହେବ ସିବିଏସଇ ଟର୍ମ-୧ ପରୀକ୍ଷା । ଅନଲାଇଋରେ ପରୀକ୍ଷା କରିବାକୁ ଦାବି କରି ସୁପ୍ରିମକୋର୍ଟ ଯାଇଥିବା ୬ଜଣ ଆବେଦନକାରୀଙ୍କୁ ଆବେଦନକୁ ଖାରଜ କରିବା ସହ ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଏ.ଏମ ଖାନୱିଲକର ଓ ସଶ.ଟି ରବିକୁମାର କହିଛନ୍ତି ସିବିଏସଇର ଟର୍ମ-୧ ପରୀକ୍ଷା ୧୬ ତାରିଖରୁ ଆରମ୍ଭ ହୋଇଯାଇଛି, ସେହିପରି ଆଇସିଏସଇ ନଭେମ୍ବର ୨୨ରୁ ଆରମ୍ଭ ହେବ ତେଣୁ ଅନଲାଇନରେ ପରୀକ୍ଷା କରିବା ଆଉ ସମ୍ଭବ ନୁହେଁ । ଏଥିରେ ହସ୍ତକ୍ଷେପ କରିବା ଠିକ୍ ହେବ ନାହିଁ । କର୍ତ୍ତୃପକ୍ଷ କରୋନା ମାର୍ଗଦର୍ଶିକାକୁ ପାଳନ କରି ପରୀକ୍ଷାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ଖଣ୍ଡପୀଠ । ସିବିଏସଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟକୁ ସୂଚନା ଦେଇ କହିଥିଲେ କୋଭିଡ୍ କୁ ଦୃଷ୍ଟିରେ ରଖି ୬୫୦୦ରୁ ୧୫୦୦୦ ପରୀକ୍ଷା କେନ୍ଦ୍ର ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.