fbpx

‘The Big Picture’ ମଞ୍ଚରେ ଏକତାଙ୍କ ଜବରଦସ୍ତ ଡ୍ୟାନ୍ସ, କହିଲେ ଇଏ ମୋର କ୍ରଶ୍

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଏକତା କପୁରଙ୍କ କ୍ରଶ୍ କିଏ ଆପଣମାନେ ଜାଣନ୍ତି କି? ଦର୍ଶକମାନେ ସାଧାରଣତଃ ସେମାନଙ୍କର ପ୍ରିୟ କଳାକାରଙ୍କର କ୍ରଶ୍ ବିଷୟରେ ଜାଣିବାକୁ ବହୁତ ଇଚ୍ଛୁକ ଥାନ୍ତି? ତେବେ ନିକଟରେ ଏକ ଶୋରେ ଅଭିନେତ୍ରୀ ମୌନୀ ରୟ ଏକତାଙ୍କ କ୍ରଶ୍ ବିଷୟରେ ସେଠାରେ ଉପସ୍ଥିତ ଦର୍ଶକଙ୍କୁ ପଚାରିଥିଲେ । ଏହାପରେ ମୌନୀ ଏକତାଙ୍କ ଏକ ପୁରୁଣା ଭିଡିଓ ଦେଖାଇଥିଲେ । ଉକ୍ତ ଭିଡିଓରେ ଏକତା ଜଣେ ଅଭିନେତାଙ୍କ ପ୍ରତି ନିଜର କ୍ରଶ୍ ଥିବା ସ୍ୱୀକାର କରିଥିଲେ ।

ଅଭିନେତା ରଣବୀର ସିଂହଙ୍କ ରିୟଲିଟି ଶୋ ‘ଦି ବିଗ୍ ପିକଚର’ରେ ଏକତା ଓ ମୌନୀ ପହଞ୍ଚିଥିଲେ । ଏହି ସମୟରେ ରଣବୀରଙ୍କ ପ୍ରତି ତାଙ୍କର କ୍ରଶ୍ ଥିବା ନେଇ ମୌନୀ ଖୁଲାସା କରିଥିଲେ । ଏହି ସମୟରେ ମୌନୀ ଏକ ଏକତାଙ୍କ ଏକ ପୁରୁଣା ଭିଡିଓ ଦର୍ଶକଙ୍କୁ ଦେଖାଇଥିଲେ । ଉକ୍ତ ଭିଡିଓରେ ଏକତା ରଣବୀରଙ୍କ ପ୍ରତି ତାଙ୍କର କ୍ରଶ ଥିବା ପ୍ରକାଶ କରୁଥିବା ଦେଖାଯାଇଥିଲା । ଏହି ଭିଡିଓ ଦେଖିବା ପରେ ଏକତା ଲାଜେଇ ଯାଇଥିବା ବେଳେ ରଣବୀରଙ୍କ ଛାତି ଖୁସିରେ ଫୁଲି ଉଠିଥିଲା । ଏହାପରେ ରଣବୀର ଏକତାଙ୍କ ସହିତ ‘ନୈନୋ ମେଁ ସପନା’ ଗୀତରେ ମସ୍ତିଭରା ଡ୍ୟାନ୍ସ କରିଥିଲେ । ତେବେ ପ୍ରଥମ ଥର ପାଇଁ ରଣବୀରଙ୍କ ପାଇଁ ଏକତା ଏହି ପରଫର୍ମାନ୍ସ କରିଥିବା କହିଥିଲେ । ଏନେଇ ଏକତା ନିଜ ଇନଷ୍ଟାଗ୍ରାମ ପେଜରେ କିଛି ଫଟୋ ଶେୟାର କରିବା ସହ ଶୋର ଆଗାମୀ ଏପିସୋଡ୍ ବିଷୟରେ ହିଣ୍ଟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ‘ଦି ବିଗ୍ ପିକଚର’ ଶୋରେ ବର୍ତ୍ତମାନ ସୁଦ୍ଧା ଅନେକ ବିଶିଷ୍ଟ ସେଲିବ୍ରେଟି ଭାଗ ନେଇସାରିଛନ୍ତି । ଏହା ପୂର୍ବରୁ ରାଣୀ ମୁଖର୍ଜୀ, ସୈଫ ଅଲ୍ଲୀ ଖାନ, ସଲମାନ ଖାନ, କ୍ୟାଟ୍ରିନ କୈଫ ଓ ରୋହିତ ଶେଟ୍ଟିଙ୍କ ପରି ଖ୍ୟାତନାମା କଳାକାରମାନେ ମଞ୍ଚକୁ ଆସିଥିଲେ । ସୈଫ ଓ ରାଣୀ ଏହି ମଞ୍ଚରେ ନିଜର ଫିଲ୍ମ ବଣ୍ଟି ଔର ବବଲୀ-୨ର ପ୍ରମୋଶନ ପାଇଁ ପଞ୍ଚିଥିଲେ । ସେ ସମୟରେ ରଣବୀର ଓ ରାଣୀଙ୍କ ଶାନଦାର ଡ୍ୟାନ୍ସ ଫର୍ମାନ୍ସକୁ ଦର୍ଶକମାନେ ବହୁତ ଉପଭୋଗ କରିଥିଲେ ।

 

Get real time updates directly on you device, subscribe now.