fbpx

ମୋଦୀଙ୍କ ଘୋଷଣା ପରେ ଏପରି ପ୍ରତିକ୍ରିୟା ଦେଲେ ରାହୁଲ ଓ ରାକେଶ ଟିକାୟତ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୩ କୃଷି ଆଇନ ପ୍ରତ୍ୟାହାର କରିବା ପରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ଅନ୍ନଦାତା ସତ୍ୟାଗ୍ରହ କରି ଅଂହକାରର ମୁଣ୍ଡ ତଳକୁ ନୁଆଇଁଛନ୍ତି ।’ ଅନ୍ୟାୟ ବିରୋଧରେ ଏହି ବିଜୟକୁ ସ୍ୱାଗତ କରିଛନ୍ତି ରାହୁଲ । ଜୟ ହିନ୍ଦ ଓ ଜୟ କିଷାନ ବୋଲି ରାହୁଲ ନିଜ ଟ୍ୱିଟରେ ଲେଖିଛନ୍ତି ।

ଅନ୍ୟପଟେ ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାୟତ ଟ୍ୱିଟ୍ କରି ବଡ଼ ବୟାନ ଦେଇଛନ୍ତି । ତକ୍ରାଳ କୃଷକଙ୍କ ଆନ୍ଦୋଳନ ପ୍ରତ୍ୟାହାର ହେବନି ବୋଲି ସେ କହିଛନ୍ତି । ସେ ଲେଖିଛନ୍ତି ଯେ, ‘ସରକାର ଏମଏସପି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରନ୍ତୁ । କୃଷକଙ୍କ ଅନ୍ୟ ଦାବି ଉପରେ ଆଲୋଚନା ଜରୁରୀ କରିବା ଉଚିତ୍ । ସଂସଦରେ ୩ ଆଇନ ଉଚ୍ଛେଦ ହେବା ଯାଏଁ ଆମେ ଅପେକ୍ଷା କରିବୁ ।’

Get real time updates directly on you device, subscribe now.