fbpx

ଟିମ୍ ପେନଙ୍କ ସମେତ ଏହି ୯ କ୍ରିକେଟରଙ୍କ ନାଁରେ ସେକ୍ସ ସ୍କାଣ୍ଡାଲ୍ ଅଭିଯୋଗ, ସବୁଠାରୁ ଅଧିକ ରହିଛନ୍ତି ପାକିସ୍ତାନୀ

ନୂଆଦିଳ୍ଲୀ: ଆଶେସ୍ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲୀୟ ଅଧିନାୟକ ଟିମ୍ ପେନ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମହିଳା ସହକର୍ମୀଙ୍କୁ ଅଶ୍ଳୀଳ ମେସେଜ୍ ଏବଂ ଫଟୋ ପଠାଇଥିବା ଅଭିଯୋଗ ରେ ଟିମ୍ ପେନ୍ ଇସ୍ତଫା ଦେଇଛନ୍ତି। ସେ ୨୦୧୭ ରେ ଏପରି କରିଥିବା ଅଭିଯୋଗ ହୋଇଥିଲା । ମେସେଜ୍ ଭାଇରାଲ ହେବା ପରେ ଟିମ୍ ପେନ୍ ତାଙ୍କ ଭୁଲକୁ ସ୍ୱୀକାର କରିଛନ୍ତି ଏବଂ ସମସ୍ତଙ୍କୁ କ୍ଷମା ମାଗିଛନ୍ତି, କିନ୍ତୁ ଏହି ଘଟଣା ଯୋଗୁଁ ସେ ଅଷ୍ଟ୍ରେଲିଆ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେକ୍ସ ସେକ୍ସ ସ୍କାଣ୍ଡାଲ ବିବାଦରେ ଆଗରୁ ମଧ୍ୟ ଅନେକ କ୍ରିକେଟ ଷ୍ଟାର୍ ଙ୍କ ନାଁ ଯୋଡ଼ି ହୋଇରହିଛି । ଟିମ୍ ପେନ ଙ୍କ ସହିତ ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ମଧ୍ୟ ଅନେକ କ୍ରିକେଟର ସେକ୍ସ ସ୍କାଣ୍ଡାଲ ପାଇଁ ସ୍କାନରରେ ଆସିଛନ୍ତି ।

ପାକିସ୍ତାନୀ କିକେଟର୍ ଶାହିଦ୍ ଆଫ୍ରିଦୀଙ୍କ ଏକ ବଡ଼ ଫ୍ୟାନ୍ ଫଲୋଇଂ ରହିଛନ୍ତି । ୨୦୦୦ ମସିହାରେ ସେ କିଛି ଯୁବତୀଙ୍କ ସହିତ ହୋଟେଲରେ ଧରାପଡ଼ିଥିଲେ । ସେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କହିଥିଲେ ଯେ, ଝିଅ ମାନେ ଫଟୋ ଉଠାଇବାକୁ ଆସିଥିଲେ । କିନ୍ତୁ ପିସିବି ତାଙ୍କ କଥାକୁ ମାନି ନଥିଲେ ଓ ତାଙ୍କୁ କେନିୟା ଆଇସିସି ଚାମ୍ପିୟନ୍ ଟ୍ରଫିକୁ ବହିଷ୍କାର କରିଦିଆଗଲା ।

ଟି୨୦ର ଜଣେ ଜଣାଶୁଣା ବ୍ୟାଟ୍ସମ୍ୟାନ୍ ୱେଷ୍ଟଇଣ୍ଡିଜ୍ ର କ୍ରିସ୍ ଗେଲ୍ ଙ୍କୁ ତ ଆପଣ ମାନେ ଜାଣିଥିବେ । ସେ ଥରେ ହୋଟେଲ ରୁମ୍ ଭିତରେ ତିନିଜଣ ଯୁବତୀଙ୍କ ସହିତ ସ୍ପଟ୍ ହୋଇଥିଲେ । ଏହି ଘଟଣା ଆଇସିସି ଟି୨୦ ବିଶ୍ୱକପ୍ ୨୦୨୧ ସମୟରେ ହୋଇଥିଲା ।

ପୂର୍ବତନ ଅଷ୍ଟ୍ରେଲିୟ ସ୍ପିନର୍ ଶେନ୍ ୱାର୍ନଙ୍କ ନାମରେ ଅନେକ ସେକ୍ସ ସ୍କାଣ୍ଡାଲ୍ ଯୋଡ଼ି ହୋଇରହିଛି । ତାଙ୍କ ଉପରେ ଜଣେ ବ୍ରିଟିଶ୍ ନର୍ସଙ୍କୁ ଅସଦାଚରଣ କରିବା ନେଇ ଅଭିଯୋଗ ଅଣାଯାଇଥିଲା । ତାଙ୍କର କିଛି ମଡେଲ୍ ଙ୍କ ସହିତ ସମ୍ବନ୍ଧ ଥିବା ମଧ୍ୟ କୁହାଯାଉଥିଲା । ଏହା ବ୍ୟତୀତ ତାଙ୍କୁ ଥରେ ମେଲବର୍ଣ୍ଣ ରେ ଜଣେ ଷ୍ଟ୍ରିପର୍ ଙ୍କ ସହିତ ଧରାଯାଇଥିଲା ।

କିଛି ବର୍ଷ ତଳେ ଭାରତୀୟ ବୋଲର୍ ମହମ୍ମଦ୍ ସାମୀଙ୍କ ବିବାଦ ଘେରକୁ ଆସିଥିଲେ । ତାଙ୍କ ପତ୍ନୀ, ସାମୀଙ୍କ ବିରୋଧରେ ଏକ୍ସଟ୍ରା ମ୍ୟାରିଟେଲ୍ ଅଫାୟାର୍ ଅଭିଯୋଗ ଆଣିଥିଲେ । ଅନ୍ୟ ଯୁବତୀଙ୍କ ସହିତ ଚାଟ୍ ଓ ଫଟୋ ମଧ୍ୟ ପାଇଥିଲେ ତାଙ୍କ ପତ୍ନୀ ।

ହମୀଜା ମୁଖ୍ତାର ନାମକ ଜଣେ ମହିଳା ପ୍ରେସ କନଫରେନ୍ସ କରି ପାକିସ୍ତାନ ଅଧିନାୟକ ବାବର୍ ଆଜମ୍ ଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ, ବାବର୍ ତାଙ୍କ ପଡୋଶୀ ଓ ସ୍କୁଲ ମେଟ୍ ଥିଲେ । ମିଛ ପ୍ରେମ ଜାଲରେ ଫସାଇ ଯୌନ ଶୋଷଣ କରିଥିଲେ । ବିବାହ କରିବାକୁ କହିବାରୁ ବାବର୍ ତାଙ୍କ ଉପରେ ଅତ୍ୟାଚାର କରିଥିଲେ । ଏସବୁ ସେତେବେଳେ ହୋଇଥିଲା ଯେତେବେଳେ ବାବର୍ କ୍ରିକେଟର୍ ହେବାକୁ ସଂଘର୍ଷ କରୁଥିଲେ ।

ଶାହିନ୍ ଆଫ୍ରିଦିଙ୍କ ଉପରେ ମଧ୍ୟ ଏହିଭଳି କିଛି ଅଭିଯୋଗ ଆସିଥିଲା । ତାଙ୍କ ଉପରେ ଏକାସାଙ୍ଗରେ ଅନେକ ସଂଖ୍ୟାରେ ଯୁବତୀ ଯୌନ ସମ୍ବନ୍ଧ ରଖିବା ଅଭିଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ଜଣେ ଯୁବତୀ ଶାହିନ୍ ଙ୍କ ସହିତ ପ୍ରାଇଭେଟ୍ ଚାଟ୍ ର ଏକ ସ୍କ୍ରିନସଟ୍ ପୋଷ୍ଟ କରି ଟୁଇଟର୍ ରେ ଲେଖିଥିଲେ ଯେ, ଶାହିନ୍ ଆଫ୍ରିଦୀ ହେଉଛି ଆଉ ଏକ ବଡ଼ ନାମ । ଏମାନେ ନିଜ ଧନସମ୍ପତ୍ତି ନାଁ ରେ ଅନେକ ଯୁବତୀଙ୍କୁ ଫସାଇ ଫ୍ଲର୍ଟ କରନ୍ତି ଓ ତାଙ୍କ ଶରୀର ସହିତ ଖେଳନ୍ତି ।

ହର୍ସେଲ ଗିବ୍ସ ତାଙ୍କ ସମୟର ଅନ୍ୟତମ ଆକର୍ଷଣୀୟ କ୍ରିକେଟର ଥିଲେ । ଗିବ୍ସ ନିଜେ ତାଙ୍କ ଆତ୍ମଜୀବନୀ ‘ଟୁ ଦି ପଏଣ୍ଟ’ରେ କ୍ରିକେଟ୍ କ୍ୟାରିୟରରେ ତାଙ୍କ ସେକ୍ସ ଲାଇଫ୍ ବିଷୟରେ ଅନେକ ରହସ୍ୟ ପ୍ରକାଶ କରିଛନ୍ତି । ୧୯୯୯ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ଖେଳ ପୂର୍ବରୁ ଏକ ଘଟଣାର ବର୍ଣ୍ଣନା କରି କ୍ରିକେଟର କହିଥିଲେ ଯେ, ସେ ଜାଣିଥିଲେ ଯେ ସେହି ମ୍ୟାଚ୍ ରେ ସେ ଶତକ ମାରିବେ କାରଣ ବେଡ୍ ରେ ମୋ ପାଖରେ ଶୋଇଥିବା ଯୁବତୀ ତାଙ୍କୁ ପ୍ରେରଣା ଦେଇଥିଲା । ସେ ହୋଟେଲରେ କାମ କରୁଥିଲେ ଯେଉଁଠାରେ ମୁଁ ତାଙ୍କ ସହିତ ବନ୍ଧୁତା କରିଥିଲି । ମୁଁ ଭାବୁଛି ସେ ମୋର ସୌଭାଗ୍ୟର ଆକର୍ଷଣ। ”

ଅଷ୍ଟ୍ରେଲୀୟ କ୍ରିକେଟର ଲୁକ ପୋମର୍ସବାକ୍ ଙ୍କ ଉପରେ ଆଇପିଏଲ୍ ୨୦୧୨ ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସହିତ ଥିବା ସମୟରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଅଣାଯାଇଥିଲା । ଜଣେ ଆମେରିକୀୟ ନାଗରିକ ଜୋହଲ ହମିଦଙ୍କ ସହ ପଞ୍ଚତାରକା ହୋଟେଲରେ ଅସଦାଚରଣ କରିଥିବା ଅଭିଯୋଗ ହେବା ପରେ ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଏହା ପରେ ତାଙ୍କୁ ଆରସିବି ଫ୍ରାଞ୍ଚାଇଜରୁ ନିଲମ୍ବିତ କରାଯାଇଥିଲା।

ପାକିସ୍ତାନର ପୁର୍ବତନ କ୍ରିକେଟର୍ ଅବ୍ଦୁଲ୍ ରଜ୍ଜାକ ନିଜେ ଖୁଲାସା କରିଥିଲେ ଯେ, ତାଙ୍କର ବିବାହ ପରେ ଅନେକ ମହିଳାଙ୍କ ସହିତ ସମ୍ପର୍କ ଥିଲା । ଗୋଟିଏ ଟିଭି ଶୋରେ ସେ କହିଥିଲେ ଯେ, ୪ ରୁ ୫ ଜଣ ଯୁବତୀଙ୍କ ସହିତ ତାଙ୍କର ସମ୍ପର୍କ ରହିଥିଲା ।

Get real time updates directly on you device, subscribe now.