fbpx

ଫୋନ୍ ବ୍ୟାଙ୍କିଙ୍ଗ କରୁଥିବା ଲୋକେ ହୋଇଯାଅ ସାବଧାନ୍; ସାମ୍ନାକୁ ଆସିଲା ଜରୁରୀ ସୂଚନା

ନୂଆଦିଲ୍ଲୀ: ଯଦି ଆପଣ ମୋବାଇଲରୁ ଟଙ୍କା କାରବାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଏକ ବଡ଼ ଖବର । ସାଇବର ସିକ୍ୟୁରିଟି ରିସର୍ଚ୍ଚରଙ୍କ ପକ୍ଷରୁ ଏକ ନୂଆ ଆଣ୍ଡ୍ରଏଡ୍ ଟ୍ରୋଜାନ୍ ଚିହ୍ନଟ ହୋଇଛି । ଏହା ଏକ ପ୍ରକାର ବିପଜ୍ଜନକ ମାଲୱେୟାର, ଯାହା ଆପଣଙ୍କ ବ୍ୟାଙ୍କକୁ ଖାଲି କରିଦେବ । ଏହି ନୂଆ ଟ୍ରୋଜାନ୍ ଫୋନ୍ ଆପର ମଲ୍ଟି ଫ୍ୟାକ୍ଟର୍ ପ୍ରାମାଣିକିକରଣ ସିଷ୍ଟମକୁ ଭାଙ୍ଗିବାରେ ସମ୍ପୂର୍ଣ୍ଣ ସକ୍ଷମ । ଏହି ନୂଆ ମାଲୱେୟାରର ନାମ ଶାର୍କବଟ୍ ରଖାଯାଇଛି ।

ମିଳିଥିବା ସୂଚନା ମୁତାବକ, ଶାର୍କବଟ୍ ଆଣ୍ଡ୍ରଏଡ୍ ମାଲୱେର୍ ଚିହ୍ନଟ ୟୁରୋପ ଓ ଆମେରିକା ଭଳି ଦେଶରେ ହୋଇଛି । ଭାରତରେ ଏହା ପହଞ୍ଚିବାକୁ ବେଶି ସମୟ ଲାଗିବ ନାହିଁ । ଏହି ମାଲୱେର୍ ଗୁଗୁଲର ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ଚଳାଉଥିବା ମୋବାଇଲ୍ ଫୋନ୍ ଉପରେ ଆକ୍ରମଣ ପାଇଁ ଦାୟୀ । ଶାର୍କବୋଟର ଉଦ୍ଦେଶ୍ୟ ହେଉଛି ଅଟୋମେଟିକ୍ ଟ୍ରାନ୍ସଫର ସିଷ୍ଟମ ବା ଏଟିଏସ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିବା ।

ରିପୋର୍ଟରେ ଦାବି ହୋଇଛି ଯେ, ଶାର୍କବଟ୍ ମାଲୱେର୍ ଏଣ୍ଟ୍ରି ଭାଇରସ୍ ରୋକିବାରେ ସକ୍ଷମ ହୋଇପାରେ । ଥରେ ଫୋନରେ ଶାର୍କବଟ୍ ଇନଷ୍ଟଲ୍ ହୋଇଯିବା ମାତ୍ରେ ଏହା ଲୋକଙ୍କର ପର୍ସନାଲ ବ୍ୟାଙ୍କିଙ୍ଗ ସୂଚନା ଯେପରିକି ବ୍ୟାଙ୍କ ବାଲାନ୍ସ ଆଦିର ସୂଚନା ହାସଲ କରିପାରିବ ।

Get real time updates directly on you device, subscribe now.