fbpx

ଭାରତରେ ୬୦୦ରୁ ଅଧିକ ରହିଛି ଫେକ୍ ଲୋନ୍ ଆପ୍, ଠକେଇର ଶିକାର ହେବାପୂର୍ବରୁ ଏହିସବୁ କଥା ଉପରେ ଧ୍ୟାନ ରଖନ୍ତୁ

ନୂଆଦିଲ୍ଲୀ: ଗତବର୍ଷ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଲୋକମାନଙ୍କୁ ଲକଡାଉନ୍, ଦରମା କଟାଯିବା, ଛଟେଇ ଏପରି ଅନେକ ଅସୁବିଧାର ସାମ୍ନାକୁ କରିବାକୁ ପଡ଼ିଲା । ଏଭଳି ପରିସ୍ଥିତିରେ ସାଧାରଣ ଓ ଗରିବ ଲୋକମାନେ ଖୁବ୍ ସମସ୍ୟା ଭୋଗିଥିଲେ । ଅନ୍ୟପଟେ ଡିଜିଟାଲ୍ ପ୍ଲ୍ରାଟଫର୍ମର ବ୍ୟବହାର ଖୁବ୍ ବଢ଼ିଯାଇଥିଲା । ଏହି ସମୟରେ ଅନେକ ଚୀନ ଓ ଭାରତୀୟ କମ୍ପାନୀ ଫେକ୍ ଲୋନ୍ ଆପ୍ ଖୋଲି ଲୋକଙ୍କୁ ଠକେଇରେ ଫସାଇବାକୁ ଚାଲ ବିଛାଗଲା । ତେଣୁ ଗୁଗୁଲ ପ୍ଲେ ଷ୍ଟୋର୍ ରୁ ଏହିସବୁ ଆପ୍ କୁ ହଟାଇ ଦିଆଯାଇଥିଲା । କିନ୍ତୁ ପ୍ଲେ ଷ୍ଟୋର୍ ରୁ ବ୍ୟାନ୍ ହେବା ପୂର୍ବରୁ କିଛଇ ଲୋକ ଏହାକୁ ଇନଷ୍ଟଲ୍ କରିସାରିଥିଲେ । ଯାହାଫଳରେ ସେମାନେ ଠକେଇର ଶିକାର ହୋଇଥିଲେ ।

ଆରବିଆଇ ଅନୁସାରେ, ଭାରତର ବର୍ତ୍ତମାନ ସମୟରେ ପାଖାପାଖି ୬୦୦ରୁ ଅଧିକ ଫେକ୍ ଲୋନ୍ ଆପ୍ ରହିଛି । ତେଣୁ ଆଜି ଏହି ଖବର ଜରିଆରେ କହିବାକୁ ଯାଉଛୁ ଯେ, ଆପଣ ମାନେ କିପରି ଏଥିରୁ ବର୍ତ୍ତି ପାରିବେ । ତେବେ ଏହି ପରିପ୍ରେକ୍ଷୀରେ ଆରବିଆଇ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ କୁହାଯାଇଛି ଯେ, ଭାରତରେ ମୋବାଇଲ୍ ଆପ୍ ଓ ୱେବସାଇଟ୍ ଜରିଆରେ ଲୋକଙ୍କୁ ଠକେଇ କରାଯିବା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ପ୍ରାୟ ୬୦୦ ଅବୈଧ ଲୋନ୍ ଆପ୍ ରହିଛି । କିଛି ଫେକ୍ ଲୋନ୍ ଆପ୍ APK ଜରିଆରେ ଅପରେଟ୍ ହେଉଛି । ଏହିଭଳି ୧୧୦୦ରୁ ଅଧିକ ଅଲଗା ଅଲଗା ପ୍ଲାଟଫର୍ମରେ ମିଳିଯିବ ।

ଏହି ଆପ୍ ସବୁକୁ Instant Loan, Quick Loan, Loan କିୱାର୍ଡ ଜରିଆରେ ପ୍ଲେ ଷ୍ଟୋରରେ ଖୋଜାଯାଇପାରେ । ଜାନୁଆରୀ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ୨୫୬୨ ରୁ ଅଧିକ ଅଭିଯୋଗ ଆସିଛି । ଏହି ଭଳି ଆପ୍ ଗୁଡ଼ିକୁ ଗ୍ରାହକଙ୍କୁ ଫସାଇବାକୁ ପ୍ରଲୋଭନ ଦେଖାଥାନ୍ତି । କେବଳ ଆଧାର କାର୍ଡ ଓ ପାନ୍ କାର୍ହ ଜରିଆରେ ଲୋନ୍ ଦେବେ ବୋଲି ଲୋଭ ଦେଖାଇଥାନ୍ତି ।

ଯେତେବେଳେ ଆପଣ ସେମାନଙ୍କ ସର୍ତ୍ତ ଅନୁସାରେ ଡକ୍ୟୁମେଣ୍ଟ ଅପଲୋଡ୍ କରୁଛନ୍ତି ସେମାନେ ୭ ଦିନ ଭିତରେ ୩ଜହାର ରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ୍ କରିବାର ଅଫର୍ କରିଥାନ୍ତି । ଏହାପରେ ସେମାନେ ପ୍ରୋସେସିଂ ଫଇ ଆକାରରେ ୧୦୦୦ ରୁ ୧୫୦୦ ଟଙ୍କା କାଟି ଦେଇଥାନ୍ତି । ଏହିଭଳି ଆପ୍ ଲୋନ୍ ଟଙ୍କା ଦେବା ବେଳକୁ ଏରର୍ ଦେଖାଇଥାଏ । ଏହି ସମୟରେ ଆପଣଙ୍କୁ ଖାତାକୁ ଟଙ୍କା କାଟି ଦିଆଯାଇଥାଏ । ଆଉ ଆପଣ ଠକେଇ ଶିକାର ଏହିଭଳି ଉପାୟରେ ହୋଇଯାଆନ୍ତି । ତେଣୁ ଏସବୁ ଆପ୍ ପ୍ରତି ସଚେତନତା ରକ୍ଷା କରନ୍ତୁ ।

ଏସବୁ କଥା ଉପରେ ଧ୍ୟାନ ରଖନ୍ତୁ:

୧. ଆପ୍ ଜରିଆରେ ଲୋନ୍ ନେବାକୁ ଚେଷ୍ଟା କରନ୍ତୁ ନାହିଁ

୨. ଯଦି ଲୋନ୍ ନିହାତି ଭାବରେ ଜରୁରୀ ତାହେଲେ ଆପ୍ କୁ ନେଇ ଯାଞ୍ଚ କରାନ୍ତୁ ତାହା ଫେକ୍ କି ନୁହେଁ । ଆର୍ଥିକ ନେଣ ଦେଣ ପାଇଁ ଉପଯୁକ୍ତ କି ନୁହେଁ ।

୩. କିଛି ଆପ୍ ଏନବିଏଫସି ରେ ଟାଇଅପ୍ କରି ଲୋନ୍ ଦେଇଥାନ୍ତି । ଏହିଭଳି ଆପ୍ ରୁ ଯଦି ଲୋନ୍ ନେଉଛନ୍ତି ତାହେଲେ କମ୍ପାନୀ ସମ୍ପର୍କରେ ସଠିକ୍ ତଥ୍ୟ ଜୁଟାନ୍ତୁ ।

୪. ଗୁଗୁଲ ପ୍ଲେ ଷ୍ଟୋର୍ ରୁ ଆପ୍ ଡାଉନଲୋଡ୍ କରିବା ପୂର୍ବରୁ ତାର ରିଭ୍ୟୁ ଚେକ୍ କରନ୍ତୁ ।

୫. କୌଣସି ବି ଆପ୍ କୁ ନିଜର ମେସେଜ୍ ସିନ, କଣ୍ଟେକ୍ଟ ଆକ୍ସେସ୍ ଓ ମିଡିଆ ଆକ୍ସେସ୍ କରିବାକୁ ଦିଅନ୍ତୁ ନାହିଁ ।

Get real time updates directly on you device, subscribe now.