fbpx

ଶିକ୍ଷିତ ବେରୋଜଗାରଙ୍କୁ ମିଳିବ ଆର୍ଥିକ ସହାୟତା; ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଉତ୍ତରପ୍ରଦେଶ ସରକାର ରାଜ୍ୟରେ ଯୁବ ସ୍ୱରୋଜଗାର ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ୨୪ ଏପ୍ରିଲ ୨୦୧୮ରେ ଆରମ୍ଭ ହୋଇଥିଲା । ୧୮-୪୦ ବର୍ଗ ଶିକ୍ଷିତ ଯୁବକଙ୍କ ପାଇଁ ଏହି ଯୋଜନା ଲାଗୁହେବ । ଯୁବକଙ୍କୁ ସ୍ୱରୋଜଗାର କ୍ଷେତ୍ରରେ ସହାୟତା କରିବ ଏହି ଯୋଜନା । ଏହି ଯୋଜନା ଅନ୍ତର୍ଗତ ଶିକ୍ଷିତ ଯୁବକ ଯୁବତୀଙ୍କୁ ୨୫ ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି ମିଳିବ ।

ରାଜ୍ୟରେ ରହୁଥିବା ଯୁବକ କମ୍ ସୁଧରେ ଏହି ଲୋନ ନେଇପାରିବେ ଏବଂ ନିଜର ରୋଜଗାର ଆରମ୍ଭ କରିପାରିବେ । ଶିକ୍ଷିତ ଲୋକମାନେ ହିଁ ଏହି ଯୋଜନାର ଆବେଦନ କରିପାରିବେ । ଏଥିପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ଯୋଜନା ଅନୁଯାୟୀ ଯେଉଁ ଯୁବକମାନେ ସଂପୂର୍ଣ୍ଣ ଶିକ୍ଷିତ ଏବଂ ନିଜର ରୋଜଗାର ଆରମ୍ଭ କରିବାକୁ ଚାହୁଛନ୍ତିି କେବଳ ସେମାନଙ୍କୁ ହିଁ ସାହଯ୍ୟ ଦିଆଯିବ ।

Get real time updates directly on you device, subscribe now.