fbpx

ରାଜନୀତି କୋର୍ଟକୁ ଓହ୍ଲାଇବେ ଶଟଲ୍ କୁଇନ୍; ଦୁଇ ଥର ଜିତି ସାରିଛନ୍ତି ଅଲିମ୍ପିକ୍ସ ପଦକ

ନୂଆଦିଲ୍ଲୀ: ରାଜନୀତି ମଇଦାନକୁ ଓହ୍ଲାଇବେ ଶଟଲ କୁଇନ୍ ପିଭି ସିନ୍ଧୁ । ଦୁଇ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁ ଆସନ୍ତା ଡିସେମ୍ବର ୧୭ ତାରିଖରେ ରାଜନୀତି ମଇଦାନରେ ପାଦ ରଖିବେ । ତେବେ କୌଣସି ରାଜନୀତି ଦଳ ପକ୍ଷରୁ ନୁହେଁ ବରଂ ବ୍ୟାଡମିଣ୍ଟନ ଖେଳାଳି ସଂଘ ପକ୍ଷରୁ ନିର୍ବାଚନ ଲଢିବେ ଏହି ହାଇଦ୍ରାବାଦୀ ଲଳନା । ବିଡବ୍ଲ୍ୟୁଏଫ୍ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆଥଲେଟିକ ଆୟୋଗ ନିର୍ବାଚନରେ ଲଢିବାକୁ ଯାଉଛନ୍ତି ପି ଭି ସିନ୍ଧୁ । ବର୍ତ୍ତମାନ ସିିନ୍ଧୁ ଇଣ୍ଡୋନେସିଆ ଓପନ ମାଷ୍ଟର୍ସରେ ଅଂଶଗ୍ରହଣ କରୁଛନ୍ତି । ସମୁଦାୟ ୬ ଜଣ ଖେଳାଳି ଏହି ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ଆଥଲେଟିକ ଆୟୋଗ ୨୦୨୧ରୁ ୨୦୨୫ ଯାଏଁ କାମ କରିବ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ଥର ପ୍ରତିଦ୍ୱନ୍ଦିତା କରୁଥିବା ଖେଳାଳିଙ୍କ ମଧ୍ୟରେ ଏହା ସିନ୍ଧୁଙ୍କର ଦ୍ୱିତୀୟ ନିର୍ବାଚନ । ଏହା ପୂର୍ବରୁ ୨୦୧୭ରେ ମଧ୍ୟ ସେ ନିର୍ବାଚନ ଲଢିଥିଲେ । ନିର୍ବାଚିତ ହୋଇଥିବା ୬ ମହିଳା ପ୍ରତିନିଧିଙ୍କ ମଧ୍ୟରୁ ସିନ୍ଧୁ ଅନ୍ୟତମ ରହିଥିଲେ । ସିନ୍ଧୁଙ୍କ ବ୍ୟତିତ ଟୋକିଓ ୨୦୨୦ରେ ସ୍ୱର୍ଣ୍ଣ ବିଜୟିନୀ ଥାଇଲାଣ୍ଡର ଗ୍ରେସିଆ ପୋଲି ମଧ୍ୟ ଏହି ନିର୍ବାଚନରେ ଅଂଶଗ୍ରହଣ କରୁଛନ୍ତି । ୨୦୧୯ରେ ବିଶ୍ୱ ଚାମ୍ପିୟନଶିପ୍ ବିଜୟିନୀ ସିନ୍ଧୁ ରିଓ ୨୦୧୬ରେ ରୌପ୍ୟ ଏବଂ ଟୋକିଓ ୨୦୨୦ରେ କାଂସ୍ୟ ପଦକ ଜିତିଥିଲେ । ଦୁଇଟି ଅଲିମ୍ପିକ୍ସ ପଦକ ଜିତିବାରେ ସିନ୍ଧୁ ପ୍ରଥମ ଭାରତୀୟ ମହିଳା ପାଲଟିଥିଲେ ।

Get real time updates directly on you device, subscribe now.