fbpx

୨୦୨୩ରେ ଭାରତରେ ଲଞ୍ଚ ହେବ ୬ଜି ଟେକ୍ନୋଲୋଜି, ଆଇଟି ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: ୬ଜି ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଆଗକୁ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଆସନ୍ତା ୨୦୨୩ ଅନ୍ତିମ ସୁଦ୍ଧା କିମ୍ବା ୨୦୨୪ ଆରମ୍ଭ ମଧ୍ୟରେ ଏହା ଭାରତରେ ଲଞ୍ଚ କରିବ । ବର୍ତ୍ତମାନ ୬ଜି ଟେକନିକକୁ ବିକଶିତ କରିବା ପାଇଁ ସମସ୍ତ ପ୍ରକ୍ରିୟା ଦ୍ରୁତବେଗରେ ଆଗେଇ ଚାଲିଛି । ଏଥିସକାଶେ ଆବଶ୍ୟକ ପଡ଼ୁଥିବା ସମସ୍ତ ଉପକରଣ ଦେଶରେ ହିଁ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ସେ କହିଛନ୍ତି ଯେ, ବିଶ୍ୱସ୍ତରରେ ୪ଜି, ୫ଜିକୁ ନେଇ ଇଣ୍ଟରନେଟ ଦୁନିଆରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ତେଣୁ ୬ଜି ଆସିବା ପରେ ଇଣ୍ଟରନେଟ ଦୁନିଆରେ ପୁଣି ଥରେ ବଡ଼ ଧରଣର ପରିବର୍ତ୍ତନ ନିଶ୍ଚିତ ଭାବେ ଦେଖାଦେବ । ଦେଶରେ ୬ଜି ସହିତ ୫ଜି ଲଞ୍ଚ ନେଇ ପ୍ରସ୍ତୁତି ଚାଲିଛି । ଆସନ୍ତା ବର୍ଷ ମାର୍ଚ୍ଚ ମଧ୍ୟରେ ୫ଜି ସ୍ପେକ୍ଟ୍ରମର ନିଲାମୀକରଣ ପ୍ରକ୍ରିୟା ଆରମ୍ଭ ହେବା ନେଇ ଭାରତର ଟେଲିକମ ନିୟାମକ ଓ ପ୍ରାଧିକରଣ (ଟ୍ରାଇ) ସହିତ ଆଲୋଚନା ଚାଲିଛି । ଟ୍ରାଇ ପକ୍ଷରୁ ଏନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ୨୦୨୨ ଜୁନ ମଧ୍ୟରେ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.