fbpx

ଯୌନ ଶୋଷଣ ମାମଲାରେ କୋର୍ଟ କହିଲେ-‘ରୋମାଣ୍ଟିକ୍ ସମ୍ପର୍କକୁ ଭୁଲାଯାଇ ପାରିବ ନାହିଁ’

ରାୟପୁର : ଯୌନ ଶୋଷଣ ମାମଲାରେ ଯେଉଁ ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆକ୍ଟ ଅଧିନରେ ଅଭିଯୋଗ ହୋଇଥିଲା, ସେହି ଅପରାଧୀକୁ ଜାମିନ ଦେଇଛନ୍ତି ମେଘାଳୟ ହାଇକୋର୍ଟ । ହାଇକୋର୍ଟ ଜାମିନ୍ ଦେବା ସମୟରେ ଏହି ଦିଗ ଉପରେ ଧ୍ୟାନ୍ ରଖିଥିଲେ ଯେ, ନାବାଳିକା ପୀଡିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ରୋମାଣ୍ଟିକ୍ ସମ୍ପର୍କ ଥିଲା ଓ ଦୁହେଁ ପରସ୍ପରଙ୍କ ସହମତିରେ ଶାରୀରିକ ସମ୍ବନ୍ଧ ରଖିଥିଲେ ।

ପୀଡିତା ନାବାଳିକା ହୋଇଥିବାରୁ ସହମତିରେ କୌଣସି ଆଇନଗତ ବୈଧତା ନାହିଁ । ଏହା ପରେ ବି କୋର୍ଟଙ୍କ ଦ୍ୱାରା ଜାମିନ୍ ଦେବାର ଆବେଦନ ଉପରେ ବିଚାର କରିବା ସମୟରେ ଏହି ଦିଗକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ଜଷ୍ଟିସ୍ ଡବ୍ଲୁ ଡିଏଙ୍ଗଦୋହ କହିଛନ୍ତି ।

Get real time updates directly on you device, subscribe now.