fbpx

ଏଣିକି ନାକରେ ସ୍ପ୍ରେରୁ ହୋଇପାରିବ କରୋନା ଚିକିିତ୍ସା, ITC ଆରମ୍ଭ କଲା କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ: ଏଣିକି ନାକରେ ଏକ ସ୍ପ୍ରେ କରିବା ଦ୍ୱାରା କରୋନା ଚିକିତ୍ସା ହୋଇପାରିବ । ଆଇଟିସି କମ୍ପାନୀ ଏହାକୁ ନେଇ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଦେଇଛି । ଗୁରୁବାର ଦିନ ଏହାକୁ ନେଇ କମ୍ପାନୀ ପକ୍ଷରୁ ନିଶ୍ଚିତ କରାଯାଇଛି । କ୍ଲିନିକାଲ ଟ୍ରାଏଲ ଯଦି ସଫଳ ହୁଏ, ତେବେ କରୋନାକୁ ରୋକିବାରେ ଏହାର ବ୍ୟବହାର କରାଯାଇ ପାରିବ ।

ତେବେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ଯେ, କ୍ଲିନିକାଲ ଟ୍ରାଏଲ ପରେ ସମସ୍ତ ଅନୁମୋଦନ ପାଇବା ପରେ ନେଜଲ ସ୍ପ୍ରେକୁ ସେଭଲନ୍ ବ୍ରାଣ୍ଡ ଅଧିନରେ ବଜାରରେ ବିକ୍ରି କରାଯିବ । ସ୍ପ୍ରେର କ୍ଲିନିକାଲ ଟ୍ରାଏଲ ଚାଲିଥିବାରୁ ଏହା ଉପରେ କମ୍ପାନୀର ଅଧିକାରୀମାନେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।

Get real time updates directly on you device, subscribe now.