fbpx

ୟୁପିରେ ଆପ୍-ସପା ମଧ୍ୟରେ ହୋଇପାରେ ମେଣ୍ଟ, ସଙ୍କେତ ଦେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ମେଣ୍ଟ ହୋଇପାରେ । ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ମଧ୍ୟରେ ସାକ୍ଷାତ ପରେ ଏମିତି କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି । ଏହା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହାର ସଙ୍କେତ ଦେଇଛନ୍ତି । ସେ କହିଛନ୍ତି ଯେ, ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ୟୁପି ରାଜନୀତିକୁ ନେଇ ହୋଇଛି ।

ଅଖିଳେଶ ଯାଦବ ଏବଂ ସଞ୍ଜୟ ସିଂହଙ୍କ ମଧ୍ୟରେ ଏହି ସାକ୍ଷାତକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, ଏହି ବୈଠକ ଉତ୍ତର ପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନର ରାଜନୀତିକୁ ନେଇ ହୋଇଥିଲା । କିଛି ମାସ ପରେ ୟୁପିରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ନୂତନ ସାଥୀର ଆବଶ୍ୟକତା ଥିବା ବେଳେ ଆପ୍ ମଧ୍ୟ ଦେଶର ସବୁଠୁ ରାଜନୈତିକ ଗୁରୁତ୍ୱ ବହନ କରୁଥିବା ରାଜ୍ୟରେ ନିଜର ସ୍ଥିତି ଜାହିର କରିବାକୁ ଚାହୁଁଛି ।

ବୁଧବାର ଅଖିଳେଶ ଯାଦବ ଏବଂ ଆପର ୟୁପି ପ୍ରଭାରୀ ସଞ୍ଜୟ ସିଂହଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ଦୁଇ ଦଲ ମିଶି କାମ କରିବାକୁ ଚାହାନ୍ତି । ଏହି ଭେଟକୁ ନେଇ ସପା ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ କହିଥିଲେ ଯେ, ଦୁଇ ନେତା ୨୦୨୨ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ସହମତି ପ୍ରକାଶ କରିଛନ୍ତି ।

 

Get real time updates directly on you device, subscribe now.