fbpx

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ବାଲିପାଟଣାରେ ଅଣ୍ଡାମାଡ଼ । ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଛି । ବେରୋଜଗାର, ତୈଳ ଓ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଅଣ୍ଡାମାଡ଼ ।

ସେପଟେ ସାଂସଦଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣାରେ ବାଲିପାଟଣା ଥାନାରେ ଏତଲା କଲେ ସାଂସଦଙ୍କ ପ୍ରତିନିଧି ଧନେଶ୍ୱର ବାରିକ । ସାଂସଦଙ୍କ ଗାଡ଼ିକୁ ଅଣ୍ଡା ଓ ପଥର ମାଡ଼ କରାଯାଇଥିବା ଏତଲାରେ ଉଲ୍ଲେଖ । ଅଣ୍ଡା, ପଥର ମାଡ଼ ସହ ସାଂସଦଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ । ହାତରେ ଛୁରି ଓ ଠେଙ୍ଗା ଧରି ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ନେଇ ହୋଇଛି ଅଭିଯୋଗ ।

Get real time updates directly on you device, subscribe now.