fbpx

ବିଧାନସଭାର ଶୀତ ଅଧିବେଶନ, ୨୮ରୁ ବିଧାୟକଙ୍କ କୋଭିଡ୍‌ ପରୀକ୍ଷା

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଆସନ୍ତା ୧ ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ସମସ୍ତ ବିଧାୟକଙ୍କ ସହ ସମସ୍ତ ପିଏସଓ, ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କର ମଧ୍ୟ ନମୁନା ପରୀକ୍ଷା କରାଯିବ । ଏଥିପାଇଁ ଆସନ୍ତା ୨୮,୨୯ ଓ ୩୦ ତାରିଖ ଦିନ ଧାର୍ଯ୍ୟ କରାଯାଇଛି । ଏନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

କୋଭିଡ୍‌ କଟକଣା ଭିତରେ ବିଧାନସଭା ଚାଲିବ ବୋଲି ଜଣାଯାଇଛି । ସେ କହିଛନ୍ତି ଯେ ବିଧାନସଭାର ସଦସ୍ୟମାନେ ଗୃହରେ ବସିବା ସହିତ ବାଚସ୍ପତି ଗ୍ୟାଲେରି, ପବ୍ଲିକ ଗ୍ୟାଲେରି, ଲୋକସେବା ଭବନରୁ ଯୋଗ ଦେଇପାରିବେ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାୟିକାଙ୍କର କୋଭିଡ୍‌ ଟେଷ୍ଟ କରାଯିବ । ଖାଲି ସେତିକି ନୁହେଁ, ବାଚସ୍ପତିଙ୍କ କହିବା କଥା, ଏନେଇ ସ୍ୱାସ୍ଥ୍ୟ ବିଭାଗର ସଚିବ ଓ ଅଧିକାରୀଙ୍କ ସହିତ ଆଲୋଚନା ହୋଇଛି । ବିଏମସି ତରଫରୁ ମଧ୍ୟ ବିଧାନସଭାକୁ ପ୍ରତିଦିନ ବିଶୋଧନ କରାଯିବ । ତେବେ ବିଧାନସଭା କେତେ ସମୟ ଚାଲିବ ସେନେଇ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ନିଷ୍ପତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.