fbpx

ଏସ୍‌ସିବିକୁ ଯାନବାହାନ ପ୍ରବେଶ ଉପରେ ଲାଗିଲା କଟକଣା,ମୁଖ୍ୟ ଗେଟରେ ମୁତୟନ ହେଲେ ସିକ୍ୟୁରିଟି ଗାର୍ଡ

କଟକ(ଭାସ୍କର ନ୍ୟୁଜ୍‌): ଏସ୍‌ସିବି ମେଡ଼ିକାଲକୁ ଯାନବାହାନ ପ୍ରବେଶ ଉପରେ ଲାଗିଲା କଟକଣା । ଉଭୟ ରାଣୀହାଟ ଓ ମଙ୍ଗଳାବାଗ ମୁଖ୍ୟ ଗେଟ ନିକଟରେ ମୁତୟନ ହେଲେ ସିକ୍ୟୁରିଟି । ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା କର୍ତୃପକ୍ଷ କହିଛନ୍ତି । ସୂଚନା ଅନୁଯାୟୀ ଦିନକୁ ୨୦ହଜାରରୁ ଉର୍ଦ୍ଧ ଲୋକ ଏସସିବି ଆସୁଛନ୍ତି । ସେମାନଙ୍କ ସହ ଗାଡି ମଧ୍ୟ ହସ୍ପିଟାଲ ପରିସର ମଧ୍ୟକୁ ଆସୁଛି । ଯାହାଦ୍ୱାରା ଗହଳି ହେବା ସହ ହର୍ଣ୍ଣ ବାଜିବା ଦ୍ୱାରା ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଏହି କଟକଣା ଲାଗିବା ପରେ ଏସ୍‌ସିବି ପରିସରରେ ଶାନ୍ତି ବଜାୟ ରହିବ ବୋଲି ହସ୍ପିଟାଲ କର୍ତୃ କ୍ଷ କହିଛନ୍ତି । ଏହାସହ ପାର୍କିଂ ପାଇଁ ମେଡିକାଲ ବାହାରେ ମଧ୍ୟ ଆରମ୍ଭ ହୋଇଛି ପ୍ରକ୍ରିୟା । ସେଠାରେ ଗାଡ଼ି ରଖି ମେଡ଼ିକାଲକୁ ପ୍ରବେଶ କରିହେବ । ସାଧାରଣ ଲୋକେ ଏହାକୁ ମାନିବା ଦରକାର । ତେବେ ଜରୁରୀକାଳୀନ ଅବସ୍ଥାରେ ଗାଡି ଓ ଆମ୍ବୁଲାନ୍ସ ହସ୍ପିଟାଲ ପରିସରକୁ ପ୍ରବେଶ ଥିବା ସ୍ପଷ୍ଟ କରିଛନ୍ତି କର୍ତ୍ତୃପକ୍ଷ ।

Get real time updates directly on you device, subscribe now.