fbpx

ବିନା ପରୀକ୍ଷାରେ BHELରେ ମିଳିବ ସରକାରୀ ଚାକିରି; ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ(ଭେଲ୍) ପକ୍ଷରୁ ଯୁବକଙ୍କ ପାଇଁ ନିଯୁକ୍ତିର ବଢିଆ ସୁଯୋଗ ପ୍ରଦାନ କରାଯାଉଛି । ଭେଲ୍ ପକ୍ଷରୁ ୨୦୨୧ ପାଇଁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି । ଇଞ୍ଜିନିୟର ଓ ସୁପର ଭାଇଜର ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ସିଭିଲ ଇଞ୍ଜିନିୟରିଂର ଛାତ୍ରଛାତ୍ରୀଙ୍କ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ୨୪ ନଭେମ୍ବରରୁ ଏହି ପଦବୀ ପାଇଁ ଅନଲାଇନ ଆବେଦନ ଆରମ୍ଭ ହୋଇଥିବା ବେଳେ ୭ ଡିସେମ୍ବର ୨୦୨୧ ଅନ୍ତିମ ତାରିଖ ରହିଛି । ଏହି ଲିଙ୍କରେ କ୍ଲିକ୍ କରି ଆପଣ ଆବେଦନ କରିପାରିବେ ।

ଭେଲ ପକ୍ଷରୁ ସିଭିଲ ଇଞ୍ଜିନିୟରଙ୍କ ପାଇଁ ଏହି ନିଯୁକ୍ତି ବାହାରିଥିବା ବେଳେ ବିନା ପରୀକ୍ଷାରେ ନିଯୁକ୍ତି କରାଯିବ । ଯେ କୌଣସି ସରକାରୀ ସ୍ୱୀକୃତି ପ୍ରାପ୍ତ ଇଞ୍ଜିନିୟରିଂ କଲେଜରୁ ଗ୍ରାଜୁଏସନର ଡିଗ୍ରୀ ସହିତ ସର୍ବନିମ୍ନ ୨ ବର୍ଷର ଅଭିଜ୍ଞତା ଥିଲେ ଏହି ଦୁଇଟି ପଦ ପାଇଁ ଆବେଦନ କରିହେବ । ସମୁଦାୟ ୧୬ଟି ପଦ ପାଇଁ ବିଜ୍ଞପ୍ତି ବାହାରିଥିବା ବେଳେ ଇଞ୍ଜିନିୟରଙ୍କ ପାଇଁ ୮ ଓ ସୁପର ଭାଇଜର ପଦ ପାଇଁ ୮ଟି ପଦ ଖାଲି ରହିଛି । ମେରିଟ ଭିତ୍ତିରେ ଏହି ପଦ ଗୁଡିକ ପାଇଁ ଚୟନ କରାଯିବ । ଇଞ୍ଜିନିୟରଙ୍କ ପାଇଁ ବେତନ ୭୧ ୦୪୦ ଟଙ୍କା ରହିଥିବା ବେଳେ ସୁପର ଭାଇଜର ପଦ ପାଇଁ ବେତନ ୩୯୬୭୦ ଟଙ୍କା ରହିଛି ।

Get real time updates directly on you device, subscribe now.