fbpx

ବହୁତ ଶୁଭ ହୋଇଥାଏ ଏହି ଗଛ, ଘରେ ଲଗାଇଲେ ହେବ ନାହିଁ ଅର୍ଥାଭାବ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଏବଂ କାର୍ଯ୍ୟାଳୟରେ ପାଇଁ ଏମିତି ଅନେକ ଶୁଭ-ଅଶୁଭ ବସ୍ତୁ ବିଷୟରେ କୁହାଯାଇଛି । ବାସ୍ତୁ ଶାସ୍ତ୍ରରେ ଅନେକ ଗଛ ବିଷୟରେ ମଧ୍ୟ କୁହାଯାଇଛି । କିଛି ଏମିତି ଗଛ ବିଷୟରେ କୁହାଯାଇଛି ଯାହା ଘରେ ସକରାତ୍ମକ ଶକ୍ତି ବୃଦ୍ଧି କରିଥାଏ । ଏତିକି ନୁହେଁ କିଛି ଗଛର ଘରେ ରହିବା ମା ଲକ୍ଷ୍ମୀଙ୍କ ଘରେ ରହିବା ଭଳି ହୋଇଥାଏ । ଏହି ଗଛ ଅପାର ଧନ ସମ୍ପତ୍ତି ଆଣିଥାଏ ।

ତୁଳସୀ ଗଛ

ଏମିତିରେ ତ’ ତୁଳସୀ ଗଛ ସମସ୍ତଙ୍କ ଘରେ ଥାଏ । ଏହି ଗଛ ଘରେ ସକରାତ୍ମକ ଶକ୍ତି ଏବଂ ସୁଖ-ସମୃଦ୍ଧି ଆଣିଥାଏ । ରବିବାର ଏବଂ ଏକାଦଶୀକୁ ଛାଡ଼ି ତୁଳସୀ ଗଛରେ ପାଣି ଦିଅନ୍ତୁ । ଏହା ସହ ପ୍ରତିଦିନ ସନ୍ଧ୍ୟାରେ ଦୀପ ଜଳାଇବା ଦ୍ୱାରା ଅନେକ ଲାଭ ହୋଇଥାଏ, ଆର୍ଥିକ ପରିସ୍ଥିତି ଦୂର ହୋଇଥାଏ ।

ଶମୀ ଗଛ

ଶମୀ ଗଛ ମଧ୍ୟ ବହୁତ ଶୁଭ ହୋଇଥାଏ । ଏହି ଗଛ ଲଗାଇବା ଦ୍ୱାରା ଘର ଧନଧାନ୍ୟରେ ପୁରିଉଠେ । ଯଦି ଜାତକରେ ଶନିଙ୍କ କୋପ ରହିଛି ତେବେ ଶମୀ ଗଛ ତଳେ ସୋରିଷ ତେଲର ଦୀପ ଜାଳିବା ଦ୍ୱାରା ଶୁଭ ଫଳ ମିଳିଥାଏ ।

ମନି ପ୍ଲାଣ୍ଟ

ଏହି ବୃକ୍ଷକୁ ମଧ୍ୟ ଶୁଭ ବୋଲି ଧରାଯାଏ । ଏହି ଗଛକୁ ଘରର ମୁଖ୍ୟ ଦ୍ୱାରରେ ରଖିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଅର୍ଥ ଅଭାବ ଦୂର ହୋଇଥାଏ ।

ହଳଦୀ ଗଛ

ହଳଦୀ ଗଛ ବହୁତ ଶୁଭ ହୋଇଥାଏ । ବ୍ୟକ୍ତିଙ୍କ ଜାତକରେ ଗୁରୁଗ୍ରହ ଦୋଷ ରହିଥାଏ ତେବେ ଏହି ଗଛ ଘରେ ରହିବା ଦ୍ୱାରା ତାଙ୍କୁ ଖୁବ୍ ସଫଳତା, ମାନ ସମ୍ମାନ ଏବଂ ଜୀବନରେ ଖୁସି ମିଳିଥାଏ । ଏହାଛଡ଼ା ହଳଦୀ ଗଛର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି ।

ବାଉଁଶ ଗଛ

ବାଉଁଶ ଗଛକୁ ଘରେ ଲଗାଇବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ । ଯଦି ଏହାକୁ ଐଶାନ୍ୟ କୋଣରେ ରଖାଯାଏ ତେବେ ଘରେ ଧନବୃଦ୍ଧି ହୋଇଥାଏ ।

 

Get real time updates directly on you device, subscribe now.