fbpx

ଗୁରୁତ୍ୱପୂର୍ଣ୍ଣ ପଦରେ ଆଉ ଜଣେ ଓଡ଼ିଆ: ITDC ଚେୟାରମ୍ୟାନ ହେଲେ ସମ୍ବିତ ପାତ୍ର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଜେପିର ପ୍ରବକ୍ତା ତଥା ଓଡ଼ିଆ ପୁଅ ସମ୍ବିତ ପାତ୍ରଙ୍କୁ ମିଳିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ । ବୁଧବାର ସମ୍ବିତଙ୍କୁ ଭାରତୀୟ ପର୍ଯ୍ୟଟନ ବିକାଶ ମନ୍ତ୍ରଣାଳୟର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି । ପୂର୍ବରୁ ସମ୍ବିତ ଓଏନଜିସିର ଚେୟାରମ୍ୟାନ ଭାବରେ କାର୍ଯ୍ୟ କରି ସାରିଛନ୍ତି । ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ ମୋହର ମାରିବା ସହିତ କ୍ୟାବିନେଟ ପକ୍ଷରୁ ସମ୍ବିତଙ୍କୁ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ରହିଥିବା ସିଏମଡି ପଦକୁ ବିଭାଜନ କରାଯିବା ସହିତ ସମ୍ବିତଙ୍କୁ ଚେୟାରମ୍ୟାନ ଏବଂ ଆଇଏଏସ ଗଞ୍ଜି କମଲା ଭିଙ୍କୁ ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି ।

ଆସନ୍ତା ୩ ବର୍ଷ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ବିତ ଏହି ପଦବୀରେ ରହିବେ । ବିଜେପିର ପ୍ରବକ୍ତା ରହିଥିବା ସମ୍ବିତ ପାତ୍ର ୨୦୧୭ରେ ଓଏନଜିସିର ନିର୍ଦ୍ଦେଶକ ଭାବରେ ରହିଥିଲେ । ୨୦୧୯ରେ ପୁରୀରୁ ସାଂସଦ ଭାବରେ ଛିଡା ହୋଇଥିଲେ ହେଁ ବିଜେଡିର ପିନାକୀ ମିଶ୍ରଙ୍କ ନିକଟରୁ ୧୧୭୦୦ ଭୋଟରେ ପରାଜିତ ହୋଇଥିଲେ ।

Get real time updates directly on you device, subscribe now.