fbpx

‘ଜୱାଦ୍’ ଅପଡେଟ୍: ୪ ତାରିଖ ପରଠୁ ୧୧୦ କିମି ବେଗରେ ପବନ ସମ୍ଭାବନା, କେଉଁଟି ସ୍ଥଳଭାଗ ଛୁଇଁବ ହୋଇନାହିଁ ସ୍ପଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ଜୱାଦ୍ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଆଜି ୱେର୍ଲ ମାକର୍ଡ ଲୋ ପ୍ରେସରରେ ପରିଣତ ହୋଇଛି ଲଘୁଚାପ । ଘନୀଭୁତ ହୋଇ ୧୨ ଘଣ୍ଟାରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ସୂଚନା ମିଳିଛି । ଆଉ ମାତ୍ର ୨୪ ଘଣ୍ଟା ରେ ବାତ୍ୟାର ରୂପ ନେବ । ୩ ତାରିଖ ପରଠାରୁ ପବନର ବେଗ ବଢ଼ିବ । ୩ ତାରିଖରେ ପବନର ବେଗ ତୀବ୍ର ହେବା ସହିତ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପବନର ପରିମାଣ ବୃଦ୍ଧି ପାଇବ । ପବନର ବେଗ ୮୦ ରୁ ୯୦ କିମି ରହିବାର ଆଶଙ୍କା ରହିଛି । ଖାଲି ସେତିକି ନୁହେଁ ସମୟେ ସମେୟ ପବନର ବେଗ ୧୧୦ କିମି ଛୁଇଁବାର ମଧ୍ୟ ଆଶଙ୍କା ରହିଛି ।

ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁଟି ସ୍ଥଳଭାଗ ଛୁଇଁବ ତାହା ଜଣାପଡ଼ିନାହିଁ । କିନ୍ତୁ ୪ ତାରିଖ ଶନିବାର ଦିନ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ । କିଛି ଉପକୂଳବର୍ତ୍ତୀ ଜିଲ୍ଲାକୁ ସତର୍କ କରାଯାଇଛି । ଉକ୍ତ ଜିଲ୍ଲା ଗୁଡ଼ିକ ହେଲା ଗଜପତି, ଜଗତସିଂହପୁର, ପୁରୀ, ଗଞ୍ଜାମ । ଏହି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା, କନ୍ଧମାଳ ଓ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ । ଏହାପରେ ପୁଣି ୫ ତାରିଖ ପରଠାରୁ ଓଡ଼ିଶାରେ ପ୍ରଭାବ ରହିବ ।

 

Get real time updates directly on you device, subscribe now.