fbpx

ଜୱାଦ ମୁକାବିଲା ନେଇ SRCଙ୍କ ପ୍ରେସମିଟ୍; ସମୁଦ୍ରରୁ ଫେରିଛନ୍ତି ମତ୍ସ୍ୟଜୀବି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସାମୁଦ୍ରିକ ବାତ୍ୟା ଜୱାଦ ମୁକାବିଲା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ବୋଲି ମତ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ପୂର୍ବରୁ ସମୁଦ୍ରରୁ ଫେରି ଆସିବା ପାଇଁ ସମସ୍ତ ମତ୍ସ୍ୟଜୀବିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏନେଇ କୋଷ୍ଟଗାର୍ଡ ଓ ନୌସେନାର ସହାୟତା ନିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ସମସ୍ତ ମତ୍ସ୍ୟଜୀବି ସମୁଦ୍ରରୁ ଫେରି ଆସିଥିବା ନେଇ ସୂଚନା ଦେଇଛନ୍ତି ଏସଆରସି ।

ଏହା ସହିତ ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ୍, ଓଡ଼୍ରାଫ ଏବଂ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖାଯାଇଛି । ୨୦ଟି ଓଡ୍ରାଫ ୟୁନିଟ ରହିଥିବା ବେଳେ ଏହାକୁ ୬୦ଟି ଟିମରେ ବିଭକ୍ତ କରାଯାଇଛି । ଏନଡିଆରଏଫର ସମୁଦାୟ ୧୮ଟି ୟୁନିଟ ରହିଥିବା ବେଳେ ବାଲେଶ୍ୱରରେ ଗୋଟିଏ ୟୁନିଟ ମୁତୟନ ରହିଛି । ପ୍ର୍ରତି ୟୁନିଟକୁ ୨ ଭାଗରେ ବିଭକ୍ତ କରାଯାଉଥିବା ବେଳେ ୩୪ଟି ଏନଡିଆରଏଫ୍ ଟିମ୍ ରହିଛି । ଏହା ବ୍ୟତିତ ଅଗ୍ନିଶମ ବିଭାଗର ୧୭୨ଟି ଟିମକୁ ପ୍ରସ୍ତୁତ ରଖାଯାଇଛି । କୃଷକ ମାନଙ୍କୁ ଫସଲ ଅମଳ ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ଯଦି ସମ୍ଭବ ନ ହୁଏ ତାହେଲେ ଜଳ ନିଷ୍କାଷନ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.