fbpx

ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମଙ୍କୁ ନିଶୁଳ୍କ କୃତ୍ରିମ ଅଙ୍ଗଦାନ

ଭୁବନେଶ୍ୱର: ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମଙ୍କୁ ନିଶୁଳ୍କ କୃତ୍ରିମ ଅଙ୍ଗଦାନ ନିମନ୍ତେରେଡ୍ ସ୍ୱସ୍ତିକ ସୋସାଇଟି ପକ୍ଷରୁ ୫ ଦିନିଆ ପରିମାପ ଶିବିର ଅନୁଷ୍ଠିତ ହୋଇଛି । ଭିନ୍ନକ୍ଷମମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ କାମ କରୁଥିବା ଅଗ୍ରଣୀ ସମାଜ କଲ୍ୟାଣ ପ୍ରତିଷ୍ଠାନ ରେଡ୍ ସ୍ୱସ୍ତିକ ସୋସାଇଟି ପକ୍ଷରୁ ୪୦୦ରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ ନିମନ୍ତେ ପାଞ୍ଚଦିନିଆ ନିଶୁଳ୍କ ପରିମାପ ଶିବିର ସଂମ୍ପୂର୍ଣ୍ଣ କୋଭିଡ଼୍ ନିୟମକୁ ଅନୁପାଳନ କରି ସ୍ଥାନୀୟ ନୟାପଲ୍ଲୀସ୍ଥିତ ରେଡ୍ ସ୍ୱସ୍ତିକ ସୋସାଇଟି କାର୍ଯାଳୟଠାରେ ଉଦ୍‌ଘାଟିତ ହୋଇଯାଇଛି ।

ରାଜ୍ୟର ବିଭିନ୍ନ ଅଂଚଳରୁ ଭିନ୍ନକ୍ଷମମାନଙ୍କୁ ସ୍ୱତନ୍ତ୍ରଭାବେ ଯୋଗାଯୋଗ ଓ ରେଜିଷ୍ଟ୍ରେସନ୍ ମାଧ୍ୟମରେ ଏକ ତାଲିକା ପ୍ରସ୍ଥୁତ କରାଯାଇଛି । ପର୍ଯାୟକ୍ରମେ ଏହି ତାଲିକା ଅର୍ନ୍ତଭୁକ୍ତ ଭିନ୍ନକ୍ଷମମାନଙ୍କୁ ପାଞ୍ଚଦିନିଆ ଶିବିରରେ କୃତ୍ରିମ ଅଙ୍ଗପ୍ରଦାନ ନିମନ୍ତେ ପରିମାପ କରାଯିବ । ଏହି ଶିବିରରେ ପଦ୍ମଶ୍ରୀ ଶ୍ରୀ ଦିଲ୍ଲୀପ୍ ତିର୍କୀ, ରେଡ୍ ସ୍ୱସ୍ତିକ ସୋସାଇଟିର ମୁଖ୍ୟ ବିଜୟ ଆଚାର୍ଯା, ସଚିବ ତଥା କୋଷାଧ୍ୟକ୍ଷ ଶ୍ରୀ ଦେବାଶିଷ ପଟ୍ଟନାୟକ ଓ ରେଡ଼୍ ସ୍ୱସ୍ତିକ୍ ଓଡ଼ିଶା ଶାଖାର ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥଲେ । ଭିନ୍ନକ୍ଷମମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ ଆଗାମୀ ଦିନ ମାନଙ୍କରେ ଅନୁଷ୍ଠାନ ପକ୍ଷରୁ ବହୁ କଲ୍ୟାଣକାରୀ ଯୋଜନା ମାନ ହାତକୁ ନିଆଯିବ ବୋଲି ଅନୁଷ୍ଠାନର ମୁଖ୍ୟ ମତପ୍ରକାଶ କରିଥିଲେ ।

Get real time updates directly on you device, subscribe now.