fbpx

ଜୱାଦ ପାଇଁ ବିଏମସିର ତତ୍ପରତା: ଦାୟିତ୍ୱ ବାଣ୍ଟିଲେ କମିଶନର

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ପୁରୀରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଦୃଷ୍ଟିରୁ ବିଏମସିର ତତ୍ପରତା । ବାତ୍ୟା ମୁକାବିଲା ନେଇ ବିଏମସି କମିଶନର ବୈଠକ କରି ଦାୟିତ୍ୱ ବାଣ୍ଟିଲେ । ୬୭ ୱାର୍ଡର ଫିଲ୍ଡ ଷ୍ଟାଫଙ୍କୁ ନେଇ ସମୀକ୍ଷା କରାଯାଇଛି ଏବଂ ବୈଠକରେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦିଆଯାଇଛି । ୩ଟି ଜୋନ ପାଇଁ ଜେଡିସିମାନଙ୍କୁ ଦାୟିତ୍ୱ ପ୍ରଦାନ କଲେ କମିଶନର । ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେବାସହ ଇଞ୍ଜିନିୟରିଂ ଡିଭିଜନକୁ ତଳିଆ ଅଞ୍ଚଳ ପାଇଁ ୱାଟର ପମ୍ପ୍ ପ୍ରସ୍ତୁତ ରଖିବା ପାଇଁ ଦାୟିତ୍ୱ ଦେଇଛନ୍ତି କମିଶନର ।

ସେପଟେ ବାତ୍ୟା ଜୱାଦ ଦୃଷ୍ଟିରୁ ବିଭିନ୍ନ ସଂଗଠନ ଓ ଥଇଥାନ କେନ୍ଦ୍ରକୁ ଚିଠି ଲେଖିଛି ବିଏମସି । ଏହି ଚିଠି ଅନୁସାରେ ରାଜଧାନୀରେ ରହୁଥିବା ନିରାଶ୍ରୟ ଲୋକଙ୍କୁ ଉଦ୍ଧାର ପାଇଁ ପରାମର୍ଶ ଦିଆଯାଇଛି । ବିଭିନ୍ନ ମନ୍ଦିର, ପୋଲ ଓ ବାରଣ୍ଡା ତଳୁ ସ୍ଥାନାନ୍ତର କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେଇଛି, ଏବେ ଏହା ଗୋପାଳପୁରଠାରୁ ୪୭୦କିମି ଦୂରରେ ରହିଛି । ପାରାଦୀପଠାରୁ ୫୮୦ କିମି ଦୂରରେ ରହିଛି ବାତ୍ୟା । ବାତ୍ୟାର ବେଗ ଘଣ୍ଟାପ୍ରତି ୨୨ କିମି ରହିଛି । ୫ ତାରିଖ ମଧ୍ୟାହ୍ନ ସୁଦ୍ଧା ପୁରୀ ଉପକୂଳ ପାଖାପାଖି ସ୍ଥଳଭାଗ ଛୁଇଁବା ନେଇ ଅନୁମାନ କରାଯାଉଛି ।

Get real time updates directly on you device, subscribe now.