fbpx

ଲୁହାପଥର ପରିବହନରେ ବାହାର ରାଜ୍ୟର ଟ୍ରଲର ଚାଲିବାକୁ ବିରୋଧ କରିଛନ୍ତି ଟ୍ରକ ମାଲିକ ସଂଘ

କେନ୍ଦୁଝର ଜିଲ୍ଲା ରେ ବାହାର ରାଜ୍ୟ ର ଟ୍ରଲର ଯୋଗେ ଲୁହା ପଥର ପରିବହନ ହେଉଛି । ଯାହାକୁ ନେଇ ଜିଲ୍ଲା ର ବିଭିନ୍ନ ଟ୍ରକ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ବହୁ ବାର ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲେ । ତେବେ ଏନେଇ ଆଜି ବିଭିନ୍ନ ଟ୍ରକ ମାଲିକ ସଂଘ ଓ ଜିଲ୍ଲାପାଳଙ୍କ ସହ ଏକ ବୈଠକ ହୋଇଥିଲା । ବାହାର ରାଜ୍ୟର ଟ୍ରଲର ଗୁଡିକ ଲୁହାପଥର ପରିବହନ କରୁଥିବାରୁ ଜିଲ୍ଲା ର ହଜାର ହଜାର ଟ୍ରକ ଏବେ ରାସ୍ତା କଡରେ ଛିଡା ହୋଇ ରହିବାକୁ ପଡୁଛି । ସରକାରଙ୍କ ନିଷ୍ପତି କ୍ରମେ ୬୦ ପ୍ରତିଶତ ଟ୍ରେନ ଓ ପାଇପ ଲାଇନ ଯୋଗେ ଲୁହାପଥର ପରିବହନ ହେଉଛି ତା ସହିତ ବାହାର ରାଜ୍ୟ ର ଟ୍ରଲର ପରିବହନ କରୁଥିବାରୁ ଜିଲ୍ଲା ରେ ଥିବା ହଜାର ହଜାର ଟ୍ରକ ମାଲିକ ମାନେ ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି ।

କେନ୍ଦୁଝର ଜିଲ୍ଲା ରେ ବେକାର ଶିକ୍ଷିତ ଯୁବକ ମାନେ ଟ୍ରକ ବ୍ୟବସାୟୀ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ପରିବହନ ସମସ୍ୟା ଯୋଗୁ ଋଣ କରି ଟ୍ରକ ବ୍ୟବସାୟୀକୁ ଟ୍ରକ ମାଲିକ ମାନେ ଏବେ ଚିନ୍ତାରେ ପଡିଛନ୍ତି ।ଋଣ ଠିକ୍ ସମୟ ରେ ନଦେଇପାରି ଋଣ କରିଥିବା ସଂସ୍ଥାକାରୀ ମାନେ ତାଗିଦ କରୁଛନ୍ତି । ତେବେ ଜିଲ୍ଲାପାଳ ଖୁବ ଶୀଘ୍ର ତଦାରଖ କରି କିପରି ଜିଲ୍ଲା ରେ ଟ୍ରକ ଗୁଡିକ ଠିକ ଭାବରେ ଚାଲି ପାରିବ ଜିଲ୍ଲାପାଳ ପ୍ରତିଶୁତି ଦେଇଛନ୍ତି ବୋଲି କେନ୍ଦୁଝର ଟ୍ରକ ମାଲିକ ସଂଘ ର ସଭାପତି କହିଛନ୍ତି ।

Get real time updates directly on you device, subscribe now.